ପୁରୀ: ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏହି ଅବସରରେ ପୁରୀରେ ବହୁ ମାତ୍ରାରେ ହବିଷ୍ୟାଳିମାନଙ୍କ ଆଗମନ ହେବା ସହିତ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେବ । ଏହାକୁ ଦୃଷ୍ଟିରେ ହବିଷ୍ୟାଳି ମାଆମାନଙ୍କ ପାଇଁ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା ସହ ସମସ୍ତ ହବିଷ୍ୟାଳି କେନ୍ଦ୍ରରେ ପୋଲିସ ମୁତୟନ କରାଯିବ ।
ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶାନୁସାରେ ଶ୍ରୀମନ୍ଦିର ପରିସର, ସିଂହଦ୍ୱାର ଅଞ୍ଚଳ, ଗ୍ରାଣ୍ଡରୋଡ୍ ଓ ସମୁଦ୍ରତଟରେ ବିଶେଷ ପ୍ରତିରକ୍ଷା ବ୍ୟବସ୍ଥା ରହିବ । ସିସିଟିଭି ନିରୀକ୍ଷଣ ଓ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା ହେବ । ସମସ୍ତ ଥାନା ବିଶେଷକରି ସିଂହଦ୍ୱାର, ବଳିଆପଣ୍ଡା, ତାଳବଣିଆ, କୁମ୍ଭାରପଡ଼ା, ସମୁଦ୍ରକୂଳ ଓ ଟ୍ରାଫିକ୍ ଥାନାରେ ଅତିରିକ୍ତ ପୋଲିସ ପ୍ରସ୍ତୁତ ରହିବେ ।
କାର୍ତ୍ତିକ ବ୍ରତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏସପିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
Comments are closed.