Latest Odisha News

BREAKING NEWS

ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ପୁନମଙ୍କ ମୃତ୍ୟୁ ଖବର

ମୁମ୍ବାଇ: ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଅକାଳ ବିୟୋଗ ଖବର ଫିଲ୍ମ ଇଣ୍ଡଷ୍ଟ୍ରି ଓ ପ୍ରଶଂସକଙ୍କୁ ଦୋହଲାଇ ଦେଇଛି । ତାଙ୍କ ମ୍ୟାନେଜର ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ଏହି ଖବରର ସତ୍ୟତା ଏ ପର୍ଯ୍ୟନ୍ତ ପୃଷ୍ଟି ହୋଇପାରୁ ନାହିଁ । ମୂଖ୍ୟତଃ ପୁନମଙ୍କ ଶବ ଏ ପର୍ଯ୍ୟନ୍ତ ସମ୍ମୁଖକୁ ଆସିନି । ଲୋଖଣ୍ଡୱାଲ ଅଂଚଳରେ ରହୁଥିବା ପୁନମଙ୍କ ମୃତ୍ୟୁ ସମ୍ପର୍କରେ ସେହି ବିଲ୍ଡିଂରେ ରହୁଥିବା ବ୍ୟକ୍ତି କୌଣସି ତଥ୍ୟ ଦେବାକୁ ରାଜି ହେଉ ନାହାନ୍ତି । ୱର୍ଲିରେ ରହୁଥିବା ପୁନମଙ୍କ ଭଉଣୀ ତାଙ୍କ ମୋବାଇଲ ସୁଇଚ ଅଫ କରି ଦେଇଛନ୍ତି । ତାଙ୍କ ମାଆଙ୍କ ଫୋନ ମଧ୍ୟ ଲାଗୁ ନାହିଁ । ପୁନମଙ୍କ ଡ୍ରାଇଭରଙ୍କ କହିବା ଅନୁସାରେ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ସେ ତାଙ୍କ ଫ୍ଲାଟରେ ଥିଲେ । ହଠାତ ସେ ଘରୁ ବାହାରି କୁଆଡେ ଯାଇଥିଲେ । ସେବେଠାରୁ ତାଙ୍କର କୌଣସି ଖୋଜ ଖବର ନାହିଁ ।

ପୁନମଙ୍କ ଜଣେ ସାଙ୍ଗଙ୍କ କହିବା ଅନୁସାରେ ସେ ଦୀର୍ଘ ଦିନ ହେବ ବ୍ରେନ ଟ୍ୟୁମରରେ ପୀଡିତ ଥିଲେ । ଆଜି ସକାଳ ୭ଟା ବେଳେ ତାଙ୍କ ପରଲୋକ ହୋଇଯାଇଛି । ତାଙ୍କର ତଥାକଥିତ ପୂର୍ବତନ ବୟଫ୍ରେଣ୍ଡ ବିପିନ ହେଡେକର ପୁନମଙ୍କ କିଛି ହୋଇ ନ ଥିବା କହିଛନ୍ତି । ଜଣେ ୟୁଜର୍ସଙ୍କ ମତରେ ସର୍ଭାଇକଲ କ୍ୟାନସରରେ ପୀଡିତ ବ୍ୟକ୍ତି ଏ ଭଳି ହଠାତ ମୃତ୍ୟୁବରଣ କରି ନ ଥାଏ । ଖୁବ ଶୀଘ୍ର ପୁନମଙ୍କ ମୃତ୍ୟୁ ଖବରର ସତ୍ୟତା ସମ୍ମୁଖକୁ ଆସିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.