ତେଲେଙ୍ଗାନା: ନିର୍ମାଣ ଓ ରିଲିଜ ପୂର୍ବରୁ ଦର୍ଶକଙ୍କ ନିକଟରେ ସତରେ ଯେମିତି ସୁପରହିଟ୍ ହୋଇସାରିଛି ଫିଲ୍ମ ଆଦି ପୁରୁଷ । ଅଗଷ୍ଟ ମାସରେ ଏହି ଫିଲ୍ମରେ ଅଭିନୟ କରିବା ନେଇ ପ୍ରଭାସ ସୋସିଆଲ୍ ମିଡିଆରେ ଲେଖିଥିଲେ । ଫିଲ୍ମରେ ସେ ପ୍ରଭୁ ରାମଙ୍କ ଅବତାରରେ ଆସୁଥିବାବେଳେ ସୋସିଆଲ୍ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ୍ ହୋଇଛି ।
ପ୍ରଭାସ୍ଙ୍କର ଜଣେ ଫ୍ୟାନ ଏହି ପୋଷ୍ଟରକୁ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ପ୍ରଭାସଙ୍କୁ ପ୍ରଭୁ ରାମ ଭାବେ ଚିତ୍ରିତ କରାଯାଇଛି । ଏହି ପୋଷ୍ଟର ପ୍ରତି ଆକର୍ଷିତ ହୋଇ ଖୋଦ ନିର୍ଦ୍ଦେଶକ ଓମ୍ ରାଉତ ବି ଏହାକୁ ସେୟାର କରିଛନ୍ତି ।
This is stunning. More power to you @PrabhasCentral.#Adipurush #Prabhas https://t.co/8Gqzy5cQBO
— Om Raut (@omraut) November 9, 2020
ଫିଲ୍ମ ଆଦି ପୁରୁଷ ପାଇଁ ପ୍ରଭାସ ହଁ ଭରିବା ପରେ ନିର୍ଦ୍ଦେଶକ ଓମ ରାଉତ୍ ଏହାକୁ ବିଶ୍ୱାସ କରିପାରିନଥିଲେ । ଅନ୍ୟପଟେ ପଯୋଜନା ଭାର ଭୂଷଣ କୁମାର ସମ୍ଭଳିବା ନେଇ ସମର୍ଥନ କରିବା ପରେ ଆଗେଇ ଚାଲିଛି ଏହାର ନିର୍ମାଣ ପ୍ରସ୍ତୁତି ।
ଜାନୁଆରୀ ମାସରେ ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଥିବାବେଳେ ହିନ୍ଦୀ, ତାମିଲ, ତେଲୁଗୁ, ମଲୟାଲମ, କନ୍ନଡ ଓ ଅନେକ ବିଦେଶୀ ଭାଷାରେ ୨୦୨୨ରେ ରିଲିଜ୍ ହେବାର ସମ୍ଭାବନା ରହିଛି । ଅଭିନେତା ସୈଫ ଅଲ୍ଲି ଖାନ ଏଥିରେ ନେଗେଟିଭ କିର୍ଦାରରେ ନଜର ଆସିବେ ।
Comments are closed.