Latest Odisha News

BREAKING NEWS

ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତି ମାମଲା: ଭିଜିଲାନ୍ସ ତଦନ୍ତ ନିର୍ଦ୍ଦଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତି ମାମଲାରେ ତଦନ୍ତ କରିବ ଭିଜିଲାନ୍ସ । ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଲୋକାୟୁକ୍ତ । ଜଣେ ଏସ୍‌ପି କିମ୍ବା ଏଏସ୍‌ପି ପାହ୍ୟାର ଅଧିକାରୀଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେବ । ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଭିଜିଲାନ୍ସ ଏସପିଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଭିଜିଲାନ୍ସ ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ଆସନ୍ତା ଫେବ୍ରୁଆରୀ ୧୫ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଲୋକାୟୁକ୍ତ କରିବେ । ବହୁ ଚର୍ଚ୍ଚିତ ମାସ୍କ ଏବଂ ଅନ୍ୟାନ୍ୟ କୋଭିଡ୍‍ ଜିନିଷପତ୍ର କିଣା କେଳେଙ୍କାରୀକୁ ନେଇ ଲୋକାୟୁକ୍ତରେ ହୋଇଥିବା ମାମଲାର ଗତକାଲି ଶୁଣାଣି ହୋଇଥିଲା।
ରାଜ୍ୟ ସରକାରଙ୍କ ପକ୍ଷରୁ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ ରଖିଥିବା ଉତ୍ତର ଉପରେ ଉଭୟ ପକ୍ଷର ଯୁକ୍ତିଗୁଡିକୁ ଲୋକାୟୁକ୍ତ ଅଢ଼େଇ ଘଣ୍ଟା ଶୁଣାଣି କରି ରାୟ ସଂରକ୍ଷିତ କରି ରଖିଥିଲେ ।

Leave A Reply

Your email address will not be published.