Latest Odisha News

BREAKING NEWS

ଭାରତ ବାୟୋଟେକ୍ ମାଗିଲା ସ୍ୱଦେଶୀ ଟିକା ‘କୋଭାକ୍ସିନ’ର ଜରୁରୀକାଳିନ ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ଭାରତରେ ଫାଇଜର ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରେ ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭରତ ବାୟୋଟେକ୍ ଏହାର ଆଣ୍ଟି-କୋଭିଡ୍-୧୯ ଟିକା ପାଇଁ ଲୋଡ଼ିଛି ଜରୁରୀକାଳୀନ ବ୍ୟବହାର ଅନୁମତି । କେନ୍ଦ୍ରୀୟ ଔଷଧ ନିୟାମକରେ ଆବେଦନ କରିଛି ଭାରତ ବାୟୋଟେକ୍ । ଭାରତରେ ଟିକା ବ୍ୟବହାର କରିବାକୁ ଅନୁମତି ମାଗୁଥିବା ତୃତୀୟ କମ୍ପାନୀ ହୋଇଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସହଯୋଗରେ ଭାରତ ବାୟୋଟେକ୍ ସ୍ୱଦେଶୀ ଟିକା କୋଭାକ୍ସିନକୁ ବିକଶିତ କରିଛି । ଡିସେମ୍ବର ୪ ତାରିଖରେ ଏକ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସପ୍ତାହ ଭିତରେ ଭାରତକୁ କୋଭିଡ୍ ଟିକା ମିଳିବା ନେଇ ଆଶା ପ୍ରକାଶ କରିଥିଲେ ।
ସେହିଦିନ ସନ୍ଧ୍ୟାରେ ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର ଭାରତୀୟ ଏହାର ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ରୀୟ ଔଷଧ ନିୟାମକଙ୍କଠାରୁ ଅନୁମତି ମାଗିଥିଲା । ଏହାପରେ ଗତ ୬ ତାରିଖରେ ଅକ୍ସଫୋର୍ଡର କୋଭିଡ -୧୯ ଟିକା କୋଭିସିଲଡର ଜରୁରୀକାଳିନ ବ୍ୟବହାର ପଇଁ ଅନୁମତି ଲୋଡ଼ିଛି ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ।

ଏବେ ଭାରତରେ ତିନି ତିନିଟି ଟିକା କମ୍ପାନୀ ଜରୁରୀକାଳିନ ବ୍ୟବାହର ଅନୁମତି ମାଗିଛନ୍ତି । ଆବେଦନଗୁଡ଼ିକର ମୂଲ୍ୟାଙ୍କନ ପାଇଁ କେବେ ବସିବ କମିଟି ବୈଠକ ଓ କି ନିଷ୍ପତ୍ତି ଶୁଣାଇବେ ତାଉପରେ ଏବେ ନଜର ।

Leave A Reply

Your email address will not be published.