Latest Odisha News

BREAKING NEWS

ମହାମାରୀରେ ହୋଇଛି ମହାଦୁର୍ନୀତି: କଂଗ୍ରେସ

ଭୁବନେଶ୍ୱର: କୋଭିଡ୍ କିଟ କିଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଆଜି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ କରୋନା ମହାମାରୀ ସମୟରେ ମହାଦୁର୍ନୀତି ହୋଇଛି । ମାସ୍କ, ଟେଷ୍ଟିଂ କିଟ୍‌, ପିପିଇ କିଟ୍ କିଣାରେ ଦୁର୍ନୀତି ହୋଇଛି ।

ପିସିସି ସଭାପତି ଅଭିଯୋଗ କରିଛନ୍ତି ଯେ, ସମସ୍ତଙ୍କ ସଲାସୁତୁରାରେ ଦୁର୍ନୀତି ହୋଇଛି । କଂଗ୍ରେସ ସିଭିସି ଓ ଲୋକାୟୁକ୍ତଙ୍କ ପାଖକୁ ଯିବ । ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେବ । ସମସ୍ତ ଜିଲ୍ଲାରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ । ଦୁର୍ନୀତି ହୋଇଛି କି ନାହିଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

Leave A Reply

Your email address will not be published.