Latest Odisha News

BREAKING NEWS

ପାନୀୟ ଜଳ ପାଇଁ ଖର୍ଚ୍ଚ ହେବ ୧୦ ହଜାର କୋଟି:ମନ୍ତ୍ରୀ

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା କାମ ପୁଣି ଆରମ୍ଭ ହେବ । ରାଜ୍ୟରେ ଘରେ ଘରେ ଲୋକଙ୍କ ପାଖରେ ପାନୀୟ ଜଳ ପହଁଚାଯିବ । ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରାଜ୍ୟରେ ବର୍ତମାନ ୬୬ଟି ମେଗା ଜଳ ପ୍ରକଳ୍ପ, ୬ହଜାର ପାନୀୟ ଜଳ ପ୍ରକଳ୍ପ ଜାରି ରହିଛି । ଗତ ଦୁଇ ମାସ ହେଲା ଏସବୁ କାମ ବନ୍ଦ ଥିଲା । ଏବେ ପୁଣି କାମ ଆରମ୍ଭ ହେବ ଏବଂ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ଯେଉଁଠି ପାନୀୟ ଜଳ ସୁବିଧା ନାହିଁ, ସେହି ଅଂଚଳରେ କିଭଳି ପିଇବା ପାଣି ପହଁଚିପାରିବ ସେନେଇ ନୂଆ ଯୋଜନା କରାଯିବ । ଏନେଇ ଆଲୋଚନା ହୋଇଛି । ଏବଂ ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ତେବେ ଆଗ ବନ୍ଦ ଥିବା ୨୦ ହଜାର କୋଟି ଟଙ୍କାର କାମ ତ୍ୱରାନ୍ୱିତ କରାଯିବ ବୋଲି ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Leave A Reply

Your email address will not be published.