Latest Odisha News

BREAKING NEWS

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ ୧୩ ଘଣ୍ଟା ରେଡ୍‌

ନୂଆଦିଲ୍ଲୀ : ବଢିଲା ଜୋ ବାଇଡେନଙ୍କ ଅଡ଼ୁଆ । ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେସନ  ରାଷ୍ଟ୍ରପତି ଜୋ ବାଇଡେନଙ୍କ ୱିଲମିଙ୍ଗଟନରେ ଥିବା ବାସଭବନ ଚଢାଉ କରିଛନ୍ତି । ୧୩ ଘଣ୍ଟା ଖୋଜାଖୋଜି କରିବା ପରେ ୬ଟି ଗୋପନୀୟ ତଥ୍ୟ ପାଇଛନ୍ତି ।  ଜୋ ବାଇଡେନ କିଛି ହାତ ଲେଖା ନୋଟ୍‌ ମଧ୍ୟ  ଜବତ ହୋଇଛି  ।

ତେବେ ବାଇଡେନ୍‌ଙ୍କ ଓକିଲ ବବ୍‌ ବାଉର୍‌ କହିଛନ୍ତି ଯେ ବାଇଡେନ୍‌ ନିଜେ ସ୍ବେଚ୍ଛାକୃତ ଭାବେ ଏଫବିଆଇକୁ ତାଙ୍କ ଘର ଖୋଜିବାର ଅନୁମତି ଦେଇଥିଲେ। ସବୁଠୁ ବଡ଼ କଥା ହେଉଛି ସର୍ଚ୍ ଓ୍ବାରେଣ୍ଟ ନଥିଲେ ମଧ୍ୟ ଏହି ଘଟଣା ଅସାଧାରଣ ଥିଲା ।

ତେବେ ବାଇଡେନଙ୍କ ଓକିଲ ବାଉର ଆହୁରି ମଧ୍ୟ  କହିଛନ୍ତି ଯେ, ଜବତ ହୋଇଥିବା ଡକୁ୍ୟମେଣ୍ଟ ଗୁଡ଼ିକ ସିନେଟର ତଥା ଉପରାଷ୍ଟ୍ରପତି ବାଇଡେନ୍‌ ଭାବରେ ବାଇଡେନଙ୍କ କାର୍ଯ୍ୟକାଳ ସହିତ ଜଡିତ ଥିବାବେଳେ ଏହି ସମସ୍ତ ଦଲିଲ ତାଙ୍କ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆସିଛି ।

କେବଳ ଏତିକି ନୁହେଁ ବାଉର କହିଛନ୍ତି ଯେ,  ଜଷ୍ଟିସ୍‌ ବିଭାଗ ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇଥିବା ରେକର୍ଡ ଗୁଡ଼ିକର ସମୀକ୍ଷା କରିନାହାନ୍ତି । ତେବେ ଏଫବିଆଇ ଦ୍ବାରା ଚଢାଉ ହୋଇଥିବା  ଡକ୍ୟୁମେଣ୍ଟ ଗଡ଼ିକ ତାହା କେଉଁପ୍ରକାରର  ସ୍ପଷ୍ଟ ହୋଇ ନାହିଁ ।

ସେପଟେ ତଦନ୍ତ ଶେଷ ନହେବା ଯାଏ ହ୍ବାଇଟ ହାଉସକୁ ନେଇ କୌଣସି ମନ୍ତବ୍ୟ ନ ଦେବାକୁ ବାଉର୍‌ କହିଛନ୍ତି । ଛଢାଉବେଳେ ବାଇଡେନ୍‌ଙ୍କ  ବାଇଡେନଙ୍କ ଓକିଲ ତଥା ହ୍ବାଇଟ ହାଉସର ଓକିଲ ମଧ୍ୟ ଉପସ୍ଥିତ ଥିଲେ ।

 

 

Leave A Reply

Your email address will not be published.