Latest Odisha News

BREAKING NEWS

ଛାତ୍ର ଜୀବନରୁ ରାଜନୀତି, ସାତ ଥର ବିଧାୟକ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଜଣେ ଟାଣୁଆ ନେତା ପ୍ରଦୀପ ମହାରଥୀ । ୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲା ପିପିଲିର ଖୋରାପଡ଼ାରେ ଜନ୍ମଗ୍ରହଣ କରିଥିଲେ । ବାପା ସ୍ୱର୍ଗତଃ ଗୋକୁଳାନନ୍ଦ ମହାନ୍ତିଙ୍କ ସୁପୁତ୍ର ପ୍ରଦୀପ ମହାରଥୀ ପୁରୀ ଏସସିଏସ୍ କଲେଜରେ ଛାତ୍ର  ଜୀବନରୁ ରାଜନୀତିରେ ପାଦ ଥାପିଥିଲେ।
ପିପିଲିରୁ ସାତ ଥର ବିଧାୟକ
ସାତ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ପ୍ରଦୀପ ମହାରଥୀ । ୧୯୮୫ରୁ ପିପିଲି ଆସନରୁ ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ୧୯୮୫ରୁ ପ୍ରଥମେ ଜନତା ଦଳ ଟିକେଟରେ ନିର୍ବାଚନ ଜିତିଥିଲେ । ୧୯୯୦ରେ ପୁଣି ଥରେ ଜନତା ଦଳରୁ ଲଢ଼ି ବିଜୟୀ ହୋଇଥିଲେ ମହାରଥୀ ।

ବିଜେଡି ଟିକେଟରେ ପାଞ୍ଚ ଥର ବିଜୟୀ
୨୦୦୦ ମସିହାରେ ବିଜୁ ଜନତା ଦଳ ଗଠନ ପରଠାରୁ ଲଗାତାର ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ପ୍ରଦୀପ ମହାରଥୀ । ନବୀନ ପଟ୍ଟନାୟକଙ୍କ ସରକାରରେ ସେ ଥିଲେ କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ । ତିନି ଥର କୃଷି ମନ୍ତ୍ରୀ ଥିବା ବେଳେ ପଞ୍ଚାୟତିରାଜ ମନ୍ତ୍ରୀ ପଦ ସମ୍ଭାଳିଛନ୍ତି ପ୍ରଦୀପ ମହାରଥୀ ।

ପୁରୀ ଜିଲ୍ଲାର ଟାଣୁଆ ନେତା
୨୦୦୦ ମସିହା ମାର୍ଚ୍ଚ ମାସରୁ ୨୦୦୪ ଫେବ୍ରୁଆରୀ ଯାଏ ସେ ଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ରାଜ୍ୟ ସରକାରଙ୍କ ବିଭିନ୍ନ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ବି ରହିଥିଲେ । ବିଜେଡର ଜଣେ ଟାଣୁଆ ସଂଗଠକ ଥିଲେ ପ୍ରଦୀପ ମହାରଥୀ । ବିଶେଷ କରି ପୁରୀ ଜିଲ୍ଲାରେ ଦଳକୁ ସଂଗଠିତ ଓ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ନିଜର ଭାଷଣ ଓ କଥା କହିବାର ଶୈଳୀ ପାଇଁ ରାଜ୍ୟ ରାଜନୀତିରେ ବେଶ ଜଣାଶୁଣା ଥିଲେ ମହାରଥୀ ।

Leave A Reply

Your email address will not be published.