Latest Odisha News

BREAKING NEWS

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ । କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି । ସାଇବର ଥାନାରେ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୧୨୦ (ବି) ଭଳି ସଙ୍ଗୀନ ଦଫା ଲାଗିଛି । କେସ୍ ନମ୍ବର ୨୬/୨୦୨୦ରେ ମାମଲା ରୁଜୁ ହୋଇଛି । ସାଇବର ଆଇନ ୬୬ସି/୬୬ଡି ଧାରାରେ ମାମଲା ରୁଜୁ କରାଯାଇଛି ।

ଆକାଶ ପାଠକ ନାଁରେ ଠଙ୍କା ସଂଗ୍ରହ କରି ଲୋକଙ୍କୁ ଟାଟା କମ୍ପାନୀରେ ଚାକିରିର ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ । ଠକେଇ, ଜାଲିଆତି ଓ ଅପରାଧିକ ଷଡଯନ୍ତ୍ର ମାମଲାରେ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଗିରଫ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଏସଡିଜେଏମ୍ କୋର୍ଟରେ ହାଜର କରିବ ।

ଆଜି ସଂଧ୍ୟାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ । ସାଇବର ଥାନା କେସ ନମ୍ବର ୨୬/୨୦୨୦ରେ ପଚରାଉଚରା କରାଯାଇଥିଲା । ପାଖାପାଖି ୨ ଘଣ୍ଟା ଜେରା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି । ପ୍ରଦୀପଙ୍କ ଆକାଉଣ୍ଟକୁ ଗତ କିଛି ମାସ ମଧ୍ୟରେ ପାଖାପାଖି ଅଢେଇ କୋଟି ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ସାମ୍ନାକୁ ଆସିଛି । ହେଲେ ଆର୍ଥିକ କାରବାର ନିୟମ ଭିତରେ ହୋଇଛି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।

 

Leave A Reply

Your email address will not be published.