Latest Odisha News

BREAKING NEWS

କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ସହ ମିଶି ଭାରତ ବିରୋଧରେ ଭୟାନକ ଷଡଯନ୍ତ୍ର ରଚୁଛି ତୁର୍କୀ!

ଏଥେନ୍ସ: କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ସହ ମିଶି ଭାରତ ବିରୋଧରେ ଭୟାନକ ଷଡଯନ୍ତ୍ର ରଚୁଛନ୍ତି ତୁର୍କୀ ରାଷ୍ଟ୍ରପତି ରିକେପ ଟାଇପ ଏରୋଡଗାନ । ଗ୍ରୀସର ଜଣାଶୁଣା ପତ୍ରକାର ଆଣ୍ଡ୍ରିଆନ୍ସ ମାଉଂଟଜରୋଲିଙ୍କ ପ୍ରକାଶିତ ରିପୋର୍ଟ ଅନୁସାରେ ସିରିୟାର ଆତଙ୍କବାଦୀଙ୍କୁ ପଠାଇବା ପାଇଁ ଏରୋଡଗାନ ମୁଣ୍ଡ ଖେଳାଉଛି । କାଶ୍ମୀରକୁ ପଠାଇବା ପାଇଁ ତୁର୍କୀର ଅଧିକାରୀମାନେ ଆତଙ୍କବାଦୀ ସଂଗଠନ ସହ ଆଲୋଚନା କରଛି । ଏଥିପାଇଁ ଜଣକ ପିଛା ୨୦୦୦ ଡଲାର ଦେବାକୁ ତୁର୍କୀ ରାଜି ଅଛି ବୋଲି ଆଣ୍ଡ୍ରିଆନ୍ସ ଲେଖିଛନ୍ତି ।

କାଶ୍ମୀର ଘଟଣାରେ ରାଜନୈତିକ ମହଲରେ ତୁର୍କୀ ଖୋଲାଖୋଲି ଭାବେ ପାକିସ୍ତାନକୁ ସମର୍ଥନ କରୁଛି । ଏବେ ନିକଟରେ ଆର୍ମେନିଆ ବିପକ୍ଷ ଯୁଦ୍ଧରେ ଏହି ଆତଙ୍କବାଦୀମାନେ ଆଜରବୈଜାନ ପଟୁ ଲଢ଼େଇ କରିଥିଲେ । ସିରିୟାର ଉତରାଂଚଳରେ ଏହି ଆତଙ୍କବାଦୀଙ୍କ କବଜା ରହିଛି ।

Leave A Reply

Your email address will not be published.