ଶେଷ ମିନିଟରେ ଓଡିଶା ହାତରୁ ମ୍ୟାଚ ଛଡାଇନେଲା ମୋହନବାଗାନ

ଭୁବନେଶ୍ୱର: ଗୋଆର ଫାଟୋର୍ଦ୍ଦା ଷ୍ଟାଡିୟମରେ ଗୁରୁବାର ଏଟିକେ ମୋହନବାଗାନ ଓ ଓଡିଶା ଏଫସି ମଧ୍ୟରେ ଅନୁଷ୍ଠିତ ଆଇଏସଏଲର ସଂଘର୍ଷପୂର୍ଣ୍ଣ ମ୍ୟାଚ ୧-୦ ଗୋଲରେ ଶେଷ ହୋଇଛି । ମ୍ୟାଚର ଶେଷ ମିନିଟରେ ମୋହନବାଗାନ ରୟ କ୍ରିଷ୍ଣାଙ୍କ ଗୋଲ ବଳରେ ଓଡିଶା ହାତରୁ ମ୍ୟାଚ ଛଡାଇ ନେଇଥିଲା । ଯାହା କି ଓଡିଶା ପ୍ରଶଂସକଙ୍କୁ ନିରାଶ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା ।

ଅବଶ୍ୟ ଆକ୍ରମଣାତ୍ମକ ପ୍ରଦର୍ଶନ କରି ମୋହନବାଗାନ କେତୋଟି ସୁଯୋଗ ସୃଷ୍ଟି କରିଥିଲେ ଓଡିଶା ଦଳର ଡିଫେଣ୍ଡର ଏହାକୁ ବ୍ୟର୍ଥ କରି ଦେଇଥିଲେ । ଓଡିଶା ଅଧିନାୟକ ଷ୍ଟିଭେନ ଟେଲର ଅନ୍ୟ ମ୍ୟାଚ ତୁଳନାରେ ଏଥର ଖେଳାଳିମାନଙ୍କୁ ଠିକ ଭାବେ ପରିଚାଳନା କରିଥିଲେ । ନିର୍ଦ୍ଧାରିତ ସମୟ ଗୋଲଶୂନ୍ୟ ରହିଥିଲା । ଇନଜ୍ୟୁରି ଟାଇମରେ କ୍ରିଷ୍ଣା ଗୋଲ ଦେଇଥିଲେ ।