Latest Odisha News

BREAKING NEWS

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ପ୍ରଜ୍ଞାନ

ଭୁବନେଶ୍ୱର: ଓଡିଶାରେ ଜନ୍ମିତ ଭାରତୀୟ କ୍ରିକେଟ ଦଳର ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ତାଙ୍କ ଟୁଇଟର ପେଜରେ ଏ ନେଇ୨ ପୃଷ୍ଠାର ଏକ ପତ୍ର ଲଖି ଶେୟାର କରିଛନ୍ତି । ତାଙ୍କ ପତ୍ରରୁ ସେ ନିରାଶ ସହକାରେ ଅବସର ଘୋଷଣା କରୁଥିବା ଜଣାପଡୁଛି । ଜୀବନର ପରବର୍ତୀ ଇନିଂସ ଆରମ୍ଭ କରିବା ସମୟ ଉପନୀତ ହୋଇଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ତାଙ୍କୁ ସମର୍ଥନ କରିଥିବା ବ୍ୟକ୍ତିମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ୨୦୦୮ରେ ପ୍ରଜ୍ଞାନ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୩ରେ ସେ ସମସ୍ତ ଫର୍ମାଟରେ ଭାରତ ପକ୍ଷରୁ ଖେଳିବା ସୁଯୋଗ ପାଇଥିଲେ । ପରେ ତାଙ୍କ ବୋଲିଂ ଆକ୍ସନ ନେଇ ବିବାଦ ଉପୁଜିଥିଲା । ପ୍ରଜ୍ଞାନ ୨୪ ଟେଷ୍ଟରେ ୧୧୩, ୧୮ ଦିନିକିଆରେ ୨୧ ଉଇକେଟ ଓ ୬ ଟି୨୦ ମ୍ୟାଚରେ ୧୦ ଉଇକେଟ ନେଇଥିଲେ । ସେ ଶେଷ ଥର ୨୦୧୩ରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

ଭାରତ ପକ୍ଷରୁ ଦ୍ରୁତ ୧୦୦ ଉଇକେଟ ନେବାର ଗୌରବ ତାଙ୍କ ନାମରେ ରହିଛି । ଦେବାଶୀଷ ମହାନ୍ତି ଓ ଶିବ ସୁନ୍ଦର ଦାସଙ୍କ ପରେ ତୃତୀୟ ଓଡିଆ ଖେଳାଳି ଭାବେ ଭାରତ ପକ୍ଷରୁ ଟେଷ୍ଟ ଖେଳିଥିଲେ ।

Leave A Reply

Your email address will not be published.