Latest Odisha News

BREAKING NEWS

ବ୍ରାଜିଲ ପାରା ବ୍ୟାଡମିଂଟନରେ କମାଲ କଲେ ଓଡିଶାର ପ୍ରମୋଦ

ଭୁବନେଶ୍ୱର: ବ୍ରାଜିଲର ସାଓ ପାଓଲୋରେ ଅନୁଷ୍ଠିତ ପାରା ବ୍ୟାଡମିଂଟନ ଚାମ୍ପିୟନଶିପରେ ଓଡିଶାର ପ୍ରମୋଦ ଭଗତ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଏହି ମହାନ ଖେଳାଳିଜଣଙ୍କ ଡବଲ୍ସରେ ସ୍ୱର୍ଣ୍ଣ ଏବଂ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା ଡବଲ୍ସ ଏସଏଲ୩-ଏସଏଲ୪ ଫାଇନାଲରେ ପ୍ରମୋଦ ଏବଂ ସୁକାନ୍ତ କଦମ କୋରିଆର ଜୁ ଡୋଙ୍ଗଜାଏ ଓ ଶିନ କ୍ୟୁଙ୍ଗ ହନ ଯୋଡିଙ୍କୁ ୨୨-୨୦, ୨୧-୧୯ରେ ପରାସ୍ତ କରିଥିଲେ । ୨ଟି ଯାକ ସେଟ ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ଭାରତୀୟ ଯୋଡି ବାଜି ମାରିଥିଲେ ।

ଏସଏଲ୩ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ୨୧-୧୨, ୨୧-୧୩ ସେଟରେ ନିଜ ଦେଶର ନୀତେଶ କୁମାରଙ୍କଠାରୁ ହାରି ଯାଇଥିଲେ । ଏସଏଲ୩-ଏସଏଲ୪ ଡବଲ୍ସ କାଟାଗୋରୀରେ ଦିଲାଶ୍ୱର ଓ ନବୀନ ଶିବକୁମାର ଯୋଡି ସେମିଫାଇନାଲରେ କୋରୀୟ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲେ ।

Leave A Reply

Your email address will not be published.