Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ମୁଁ ସ୍ୱୀକାର କରୁଛି: ପ୍ରସନ୍ନ

ଭୁବନେଶ୍ୱର: ଖାଲି ପଡିଥିବା ୪ଟି ଆସନ ପାଇଁ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ତେବେ ଏଥର ମଧ୍ୟ ରାଜ୍ୟସଭା ରେସ୍‌ରୁ ବାଦ୍ ପଡିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ତାଙ୍କୁ ନିରାଶ ହେବକୁ ପଡିଛି । ଏହାକୁ ନେଇ ଡ.ପ୍ରସନ୍ନ ପାଟ୍ଟଶାଣୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ମୁଁ ସ୍ୱୀକାର କରୁଛି । ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି । ସେ କାହା କଥା ଦ୍ବାରା ପ୍ରଭାବିତ ହୁଅନ୍ତି ନାହିଁ । ମୁଁ ଦଳର ଲୋକ, ଦଳରେ ଅଛି, ଦଳ ପାଇଁ କାମ କରିବି । ଲୋକମାନେ ମୋତେ ଭଲ ପାଆନ୍ତି, ସେମାନଙ୍କୁ ବାଧୁଛି । ହଠାତ୍ ନିଷ୍ପତ୍ତି ନେଇ ଦଳ ବିରୁଦ୍ଧରେ କହିବାରେ ମୁଁ ବିଶ୍ବାସ କରେ ନାହିଁ ବୋଲି ପ୍ରସନ୍ନ କହିଛନ୍ତି ।
ଟିକେଟ ନମିଳିବାରୁ ବାବା ପାଟ୍ଟଶାଣୀ ଦୁଃଖ ପ୍ରକାଶ କରିଛନ୍ତି । ସିଧାସଳଖ ଅସନ୍ତୋଷ ବ୍ୟକ୍ତ ନକଲେ ବି ପାଟ୍ଟଶାଣୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି କରନ୍ତି କିନ୍ତୁ ଏଥର କାହିଁକି ଏମିତି କଲେ । ହୁଏତ କିଛି ଭଲ ପାଇଁ ଚିନ୍ତା କରିଥିବେ । ନିର୍ବାଚନ ବେଳେ କେତେକ ନେତା ଟିକେଟ ନପାଇ ଦଳ ଛାଡ଼ିଲେ । ମୋତେ ଅନ୍ୟ ଦଳରୁ ପ୍ରସ୍ତାବ ଥିଲେ ମଧ୍ୟ ମୁଁ ଦଳ ଛାଡିନଥିଲି । ଦଳରେ ରହି ଦଳ ବିରୋଧୀ କଥା କହିବାରେ ମୁଁ ବିଶ୍ବାସ କରେନି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.