Latest Odisha News

BREAKING NEWS

ପ୍ରସନ୍ନ ପାଟ୍ଟଶାଣୀଙ୍କୁ ୨୨ତମ ସାରଳା ଦାସ ସମ୍ମାନ

ଭୁବନେଶ୍ୱର : ଆଦିକବି ସାରଳା ଦାସଙ୍କ ମହାପ୍ରୟାଣ ଦିବସରେ ସାରଳା ଆର୍ଟ ଏକାଡେମୀ ଟ୍ରଷ୍ଟ ପକ୍ଷରୁ ୨୨ତମ ସାରଳା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି।  ଏହି ଅବସରରେ ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମର୍ଯ୍ୟାଦା ଜନକ ସାରଳା ଦାସ ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ସମାରୋହରେ ଡ. ସୁରେନ୍ଦ୍ର ନାଥ ମହାପାତ୍ର ମୁଖ ଅତିଥି , ସାରଳା ସାହିତ୍ୟ ସଂସ୍କୃତି ଗବେଷକ ଶରତ ଦାସ ମୁଖ୍ୟବକ୍ତା ଏବଂ ବାସୁଦେବ ମାଲବିଶୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ଚଳଚିତ୍ର ସମ୍ପାଦକ ଅଶୋକ ଶର୍ମା , ଅଭିନେତା ଶଙ୍କର ବସୁ ମଲ୍ଲିକ, , ରବି ତ୍ରିପାଠୀ, ସଙ୍ଗୀତ ନିର୍ଦ୍ଦେଶକ ସୁବାସ ରାମ ଓ ମହମ୍ମଦ ମୁସିରବ , ଗୀତିକାର ମୋହିତ ଚକ୍ରବର୍ତ୍ତୀ ପ୍ରମୁଖଙ୍କୁ ସାରଳା ଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଥିଲା। ଗୀତିକାର ପବିତ୍ର ପଟ୍ଟନାୟକଙ୍କୁ ସାରଳା ଗୌରବ ସମ୍ମାନ , ଅଭିନେତ୍ରୀ ସଂଗୀତା ପାତ୍ର ଏବଂ ଅଭିନେତା ମଣ୍ଟୁଙ୍କୁ ଦେବାନନ୍ଦ ବେହେରା ଓ ସତ୍ୟଜିତ ତ୍ରିପାଠୀଙ୍କୁ ସାରଳା ଚଳଚିତ୍ର ପ୍ରତିଭା ସାରଳା ଚଳଚିତ୍ର ପ୍ରତିଭା ସମ୍ମାନ , ଅନୁଷ୍କାର ବିଶ୍ୱାଳଙ୍କୁ କଳିଙ୍ଗ କନ୍ୟାରତ୍ନ ସମ୍ମାନ, ଆଶିଷ ଅନୁରାଗଙ୍କୁ ସାରଳା ସେବା ପୁରସ୍କାର ପ୍ରଦାନ କରାଯାଇଥିଲା।

Comments are closed.