Latest Odisha News

BREAKING NEWS

ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ପ୍ରଶାନ୍ତ ଜଗଦେବ, ବିଜେଡିରୁ ବହିଷ୍କାର କରାଯାଉ : ସମ୍ବିତ ପାତ୍ର

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବାଣପୁରରେ ଲୋକମାନଙ୍କୁ ଗାଡି ଚଢାଇଦେବା ଘଟଣା ।ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବିଧାୟକ ମଦପିଇ ଗାଡି ଚଳାଇବା ସହ ବିଜେପିର କର୍ମୀମାନଙ୍କୁ ମାରିବାକୁ ଉଦ୍ୟମ କରିଛନ୍ତି ଏବଂ ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବୋଲି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ।

ଗତକାଲି ବିଧାୟକ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଦେବା ଘଟଣାକୁ ଆଜି ଭୁବନେଶ୍ୱରରେ ଆସି ପହଁଞ୍ଚିଛନ୍ତି ସମ୍ବିତ ପାତ୍ର । ଏନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ବିତ ପାତ୍ର ଚିଲିକା ବିଧାୟକଙ୍କୁ ବହିଷ୍କାର କରାଯାଉ ଏବଂ ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ।

ବିଧାୟକ ବାରମ୍ବାର ଦବଙ୍ଗଗିରି କରୁଥିଲେ ମଧ୍ୟ ତାଙ୍କୁ କାହିଁକି ବିଜେଡି ବହିଷ୍କାର କରିନି ତାହା ଆଶ୍ଚର୍ଯ୍ୟର ବିଷୟ ବୋଲି ସମ୍ବିତ ପାତ୍ର କହିଛନ୍ତି ।ଗତକାଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ପ୍ରଶାନ୍ତଙ୍କୁ ଆଗରୁ ଦଳରୁ ନିଲମ୍ବନ କରାଯାଇଛି । ହେଲେ ଏହି ନିଲମ୍ବନ ଏକ ନାଟକ ବୋଲି କହିଛି ବିଜେପି ।

ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି କହିଛି । ଚିଲିକା ନିର୍ବାଚନ ମଣ୍ଡଳିରେ ବାରମ୍ବାର ବିଜେପି ଜିତୁଥିବାବେଳେ ବିଧାୟକ ବିବ୍ରତ ହୋଇ ନିର୍ବାଚନକୁ ବନ୍ଦ କରିବାକୁ ଚାହୁଁଥିଲେ ବୋଲି ବିଜେପିର ଜାତୀୟ ମୁଖୁପାତ୍ର ସମ୍ବିତ ପାତ୍ର କହିଛନ୍ତି ।

Comments are closed, but trackbacks and pingbacks are open.