ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦରୁ ସତ୍ୟର ଜୟ ହୋଇଛି: ପ୍ରତାପ ଜେନା
‘ପରିବାର ଓ ମାହାଙ୍ଗାବାସୀଙ୍କ ଭରସା ଓ ବିଶ୍ୱାସର ବିଜୟ’
ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଆଶ୍ୱସ୍ତ । ପ୍ରତାପ ଜେନାଙ୍କୁ କ୍ଲିନଚିଟ୍ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦରୁ ସମ୍ଭବ ହୋଇଛି ବୋଲି କହିଛନ୍ତି ପ୍ରତାପ ଜେନା । ପରିବାର ଓ ମାହାଙ୍ଗାବାସୀଙ୍କ ଭରସା ଓ ବିଶ୍ୱାସ ପାଇଁ ମୋତେ ଏ ବିଜୟ ହାସଲ ହୋଇଛି ବୋଲି ଖୁସି ବ୍ୟକ୍ତ କରିଛନ୍ତି ପ୍ରତାପ ଜେନା । ଘଟଣା ସହ ତାଙ୍କର ସମ୍ପୃକ୍ତି ନଥିବା ସେ ପ୍ରଥମରୁ କହିଥିଲେ । ହେଲେ ସେତେବେଳର ବିରୋଧୀ ଦଳ ତାଙ୍କୁ ବଦନାମ କରିବାକୁ ତାଙ୍କ ନାଁରେ ମିଛ କେସ୍ କରିଥିଲେ ବୋଲି ସେ କହିଛନ୍ତି । ଏବେ ସତ୍ୟର ଜୟ ହୋଇଛି ବୋଲି କହିଛନ୍ତି ପ୍ରତାପ । ଏମିତିକି ପ୍ରଥମ ଏଫଆଇଆରରେ ତାଙ୍କ ନାଁ ନଥିଲା, ପରେ ପରେ ବିରୋଧୀଙ୍କ ଚାପରେ ଏଫଆଇଆରର ଶେଷ ଅର୍ଥାତ୍ ୧୩ ନମ୍ବରରେ ତାଙ୍କ ନାଁକୁ ଯୋଡା ଯାଇଥିଲା ବୋଲି କହିଛନ୍ତି ପ୍ରତାପ । ଏବେ ସେ ମିଛର ପର୍ଦ୍ଦାଫାସ ଆଉ ସତ ସାମ୍ନାକୁ ଆସିଛିା ଡେରିରେ ହେଉ ପଛେ ସତ୍ୟର ଜୟ ହୋଇଛି ବୋଲି କହିଛନ୍ତି ପ୍ରତାପ ଜେନା । ପୂର୍ବରୁ ମାମଲାରେ ହାଇକୋର୍ଟ କ୍ଲିନଚିଟ୍ ଦେଇଥିଲେ ।
ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍ ପରେ ବିଜେଡି ଏହାକୁ ସ୍ୱାଗତ କରିଛି । ରାୟରୁ ସମ୍ପୂର୍ଣ୍ଣ ଆଇନଗତ ସ୍ଥିତି ସ୍ପଷ୍ଟ ହୋଇଛି । ରାଜନୈତିକ ଅପପ୍ରଚାର ନୁହେଁ ବୋଲି କହିବା ସହ ଆଇନ ପ୍ରମାଣ ଆଧାରରେ ସର୍ବୋଚ୍ଚ ନ୍ୟାୟାଳୟର ଶୁଣାଣି ହୋଇଛି । ସତ୍ୟକୁ ସାମୟିକ ଭାବେ ଆଢୁଆଳରେ ରଖାୟାଇପାରୋ କିନ୍ତୁ ସବୁଦିନ ପାଇଁ ଲୁଚେଇ ହେବନାହିଁ ବୋଲି ବିଜେଡି ପ୍ରେସବିବୃତିରେ କହିଛି । ରାଜନୀତିରେ ଅଭିୟୋଗ, ଆରୋପ, ପ୍ରତ୍ୟାରୋପ ଓ ଅପପ୍ରଚାର ହୋଇପାରେ । କିନ୍ତୁ ନ୍ୟାୟର ମୂଳଦୁଆ ହେଉଛି ଆଇନର ଶାସନ ଓ ପ୍ରମାଣା ରାଜନୈତିକ ବାକଚାତୁରୀ କିମ୍ବା ଅପପ୍ରଚାର ନୁହେଁ ବୋଲି ବିଜେଡି କହିଛି । ମାନ୍ୟବର ଅଦାଲତଙ୍କ ଆଦେଶକୁ ବିଜେଡି ସ୍ୱାଗତ କରିଛି । ପ୍ରତ୍ୟେକ ବ୍ୟକ୍ତି ନ୍ୟାୟ ପାଇବାର ହକଦାର । ତେଣୁ ପ୍ରତାପ ଜେନା କୌଣସି ଭୁଲ କରିନାହାନ୍ତି ତେଣୁ ସେ ଆଜି ନିର୍ଦ୍ଦୋଶ ସାବ୍ୟସ୍ତ ହୋଇଛନ୍ତି ବୋଲି ବିଜେଡି କହିଛ । ସତ୍ୟ, ନ୍ୟାୟ ଓ ସତ୍ନିଷ୍ଠା ହେଉଛି ଧର୍ମର ମୌଳିକ ସିଦ୍ଧାନ୍ତ । ବିଜେଡି ନ୍ୟାୟିକ ପ୍ରକ୍ରିୟା ଉପରେ ସଦୟ ଆସ୍ଥା ରଖିଛି ଏବଂ ଦୃଢ଼ ଭାବେ ମତ ପୋଷଣ କରୁଛି ଯେ ରାଜନୈତିକ ହସ୍ତକ୍ଷେପ କିମ୍ୱା ପୂର୍ବାଗ୍ରହ ବିନା ଆଇନ ତା ବାଟରେ ନିଜ କାିମ କରିବା ଉଚିତ ।

