Latest Odisha News

BREAKING NEWS

କୁଳଡିହା ଅଭୟାରଣ୍ୟରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ

ନୀଳଗିରି : କୁଳଡିହା ଅଭୟାରଣ୍ୟରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । କୁଳଡିହା ସଂରକ୍ଷିତ ଅଭୟାରଣ୍ୟର ୨୦୫ ପଏଣ୍ଟରେ ଲାଗିଥିବା ନିଆଁ ଆୟତ୍ତ ହୋଇଥିବା ବେଳେ, ଏବେ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀଙ୍କ ସହ ଡିଏଫଓ ବିଶ୍ବରାଜ ପଣ୍ଡା ସାମିଲ ଥିଲେ ।

କେନ୍ଦ୍ରମନ୍ତ୍ରୀ କୁଳଡିହା ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଲାଗିଥିବା ନିଆଁର ସ୍ଥିତି ପରଖିବା ସହ ଡିଏଫଓଙ୍କ ସହ ଆଲୋଚନା କରିଥିଲେ । କିଭଳି ଆଗକୁ ନିଆଁ ନଲାଗିବ, ଏଥିସହ କିପରି ଏହାକୁ ରୋକିହେବ, ସେ ବିଷୟରେ ଆଲୋଚନା କରିଥିଲେ । କିଛି ଦିନ ପୂର୍ବରୁ କୁଳଡିହା ଅଭୟାରଣ୍ୟରେ ନିଆଁ ଲାଗିଥିଲା । ଯାହାକୁ ପରବର୍ତ୍ତି ଅବସ୍ଥାରେ ଆୟତ୍ତ କରିଥିଲେ ବନ ବିଭାଗ ଓ ଅଗ୍ନିଶମ ବାହିନୀ ।

Leave A Reply

Your email address will not be published.