Latest Odisha News

BREAKING NEWS

ଦେବୀ ସୀତା ହେବା ପାଇଁ ବଲିଉଡରେ ଚାଲିଛି ପ୍ରତିଦ୍ୱନ୍ଦ୍ୱିତା, ଦୌଡରେ ସାମିଲ ହେଲେ କରୀନା

ମୁମ୍ବାଇ: ବଲିଉଡ ଟ୍ରେଣ୍ଡ ବଦଳିଛି । ଏବେ ହିନ୍ଦୁ ଧର୍ମ ଏବଂ ଏହାର ଦେବ ଦେବୀଙ୍କ ଭୂମିକା କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି । କୃତି ସେନନ ଓ ଦୀପିକା ପାଦୁକୋନଙ୍କ ପରେ ଏବେ ମାଆ ସୀତାଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ସୈଫ ଅଲୀ ଖାଁଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କାପୁର । ଆଲୌକିକ ଦେଶାଇ ସୀତା-ଦି ଇନକାର୍ନେଶନ ନାମକ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ଏଥିରେ ମାତା ସୀତାଙ୍କ ଜୀବନ ଉପରେ ଫିଲ୍ମ ନିର୍ମାଣ ହେବ । ବାହୁବଳୀ ଫେମ୍ କେଭି ବିଜୟେନ୍ଦ୍ର ପ୍ରସାଦ ଏହାର ଷ୍ଟୋରୀ ଲେଖୁଛନ୍ତି ।

ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମ ଓ କନ୍ନଡ ଭାଷାରେ ଏହି ଫିଲ୍ମ ରିଲିଜ ହେବ । କରୀନାଙ୍କ ନାମ ଚୂଡାନ୍ତ ହୋଇ ନ ପାରିଲେ ଆଲିୟା ଭଟ୍ଟ ଦ୍ୱିତୀୟ ପସନ୍ଦ ରହିଛନ୍ତି । ପୂର୍ବରୁ ଓମ ରାଉତଙ୍କ ଆଦିପୁରୁଷରେ ପ୍ରଭାସ ଭଗବାନ ରାମ ଏବଂ କୃତି ସେନନ ସୀତା ଭୂମିକାରେ ଅବତୀର୍ଣ୍ଣ ହେବେ । ସେହିପରି ମଧୁ ମଂଟେନାଙ୍କ ରାମାୟଣରେ ଦୀପିକା ପାଦୁକୋଦ ମାତା ସୀତା ହେବେ ।

Leave A Reply

Your email address will not be published.