Latest Odisha News

BREAKING NEWS

[ଭିଡିଓ] ଗର୍ଭବତୀ ଫରେଷ୍ଟ ଗାର୍ଡଙ୍କୁ ନିସ୍ତୁକ ମାଡ, ୨ ଗିରଫ

ଭୁବନେଶ୍ୱର: ଦିନ ଦ୍ୱିପହରେ ସରକାରୀ କର୍ମଚାରୀଙ୍କୁ ମାଡ ମାରିଲେ ପୂର୍ବତନ ସରପଂଚ ବାବୁ । ଜଣେ ଗର୍ଭବତୀ ଫରେଷ୍ଟ ଗାର୍ଡଙ୍କୁ ପୂର୍ବତନ ସରପଂଚଙ୍କ ସମେତ ତାଙ୍କ ସ୍ତ୍ରୀ ନିସ୍ତୁକ ମାଡ ମାରିଥିଲେ । ଘଟଣାର ଭିଡିଓଟି ଭାଇରାଲ୍ ହେବା ପରେ ୨ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି ।

ଗତ ବୁଧବାର ମହାରାଷ୍ଟ୍ର ସତାରା ଜିଲ୍ଲାର ପଲାସୱାଡେ ଗାଁରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ରିପୋର୍ଟ ଅନୁଯାୟୀ ମାଡି ମାରିଥିବା ପୂର୍ବତନ ସରପଂଚ ସ୍ଥାନୀୟ ଫରେଷ୍ଟ ମ୍ୟାଜମେଣ୍ଟ କମିଟିର ସଦସ୍ୟ ଥିଲେ । ହେଲେ ଜଙ୍ଗଲରେ କୌଣସି କାମ ପାଇଁ କମିଟି ସଦସ୍ୟଙ୍କ ବିନା ଅନୁମତିରେ ଗର୍ଭବତୀ ଫରେଷ୍ଟ ଗାର୍ଡ ଜଣକ ମଜୁରିଆ ଯୋଗାଡ କରିଥିଲେ । ଖାସ ଏହି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ପ୍ରଥମେ ଯୁକ୍ତିତର୍କ ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଶେଷରେ କମିଟି ସଦସ୍ୟ ଓ ତାଙ୍କ ସ୍ତ୍ରୀ ମିଳିତ ଭାବେ ମହିଳା ଫରେଷ୍ଟ ଗାର୍ଡଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲେ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପରିବେଶ ମନ୍ତ୍ରାଳୟ ମନ୍ତ୍ରୀ ଆଦିତ୍ୟ ଠାକରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed, but trackbacks and pingbacks are open.