Latest Odisha News

BREAKING NEWS

ଲଂଚ ହେଲା ଓଡିଆ ଓଟିଟି ପ୍ଲାଟଫର୍ମ “Kanccha Lannka”

ଭୁବନେଶ୍ୱର: ଏଣିକି ମନୋରଂଜନ କ୍ଷେତ୍ରରେ ଓଡିଶା କିମ୍ବା ଓଡିଆ ଭାଷା ଆଉ ପଛରେ ରହିବ ନାହିଁ । ପ୍ରତିଭାବାନ କଳାକାରଙ୍କୁ ମିଳିବ ଭରପୁର ସୁଯୋଗ, ଦର୍ଶକଙ୍କୁ ମିଳିବ ନନଷ୍ଟପ୍ ଅନ୍ ଡିମାଣ୍ଡ ଏଣ୍ଟରଟେନମେଣ୍ଟ । ଲଂଚ ହୋଇଛି ଓଡିଶାର ପ୍ରିମିଅମ୍ ଓଟିଟି ପ୍ଲାଟଫର୍ମ “Kanccha Lannka”

BjdElectrycity

ଖୁବଶୀଘ୍ର ଓଡିଆପ୍ରେମୀ ଦର୍ଶକଙ୍କ ପାଇଁ କଂଚା ଲଙ୍କା ନେଇ ଆସିବ ଉଚ୍ଚମାନର ୱେବ୍ ସିରିଜ୍ ଓ ବଛାବଛା ଚଳଚ୍ଚିତ୍ର । ଆଜି ଭୁବନେଶ୍ୱରରେ ଏକ ହୋଟଲରେ ବିଧିବଦ୍ଧ ଭାବେ ଓଟିଟି ପ୍ଲାଟଫର୍ମ କଂଚା ଲଙ୍କାକୁ ଲଂଚ କରାଯାଇଛି । ଏହି ଅବସରରେ ଉପସ୍ଥିତ ଥିଲେ ପ୍ରତିଷ୍ଠାତା ଅକ୍ଷୟ ପରିଜା, ବିଭୁ ରଥ ଓ ଚିତ୍ତରଂଜନ ନାୟକ ।

ଓଟିଟି ପ୍ଲାଟଫର୍ମ କଂଚା ଲଙ୍କାକୁ ସମଗ୍ର ଦେଶର ଲୋକେ ୱେବସାଇଟ୍, ଆଣ୍ଡ୍ରଏଡ୍, ଆପଲ୍ ଆଇଓଏସ୍ ଓ ଆପଲ୍ ଟିଭିରେ ଦେଖିପାରିବେ । ଏହି ପ୍ଲାଟଫର୍ମରେ ଦର୍ଶକ କ୍ରାଇମ୍, ସସ୍ପେନ୍ସ, ଥ୍ରିଲର୍ ଓ ବିଭିନ୍ନ ମନୋରଂଜକ କାର୍ଯ୍ୟକ୍ରମକୁ ହାଇ କ୍ୱାଲିଟି ଭର୍ସନ, ଇଂଗ୍ଲିସ୍ ଭର୍ସନ ଓ ବିନା ବିଜ୍ଞାପନରେ ଦେଖିପାରିବେ । ତେବେ ଏଥିପାଇଁ ଦର୍ଶକଙ୍କୁ ବାର୍ଷିକ ୩୪୯ ଟଙ୍କା, ୬ ମାସକୁ ୨୪୯ଟଙ୍କା ଓ ୩ ମାସକୁ ୧୪୯ ଟଙ୍କା ଦେବାକୁ ପଡିବ ।

ଏହି ପ୍ଲାଟଫର୍ମ ଜରିଆରେ କେବଳ ଦର୍ଶକ ଯେ ମନୋରଂଜନର ସାଧନ ପାଇପାରିବେ ତା ନୁହେଁ, ବରଂ ଅଗଣିତ କଳାକାରଙ୍କୁ ଏହି ମଂଚ ରୋଜଗାରର ସୁଯୋଗ ଦେବ । ଖାସ କରି ଓଡିଆ ମନୋରଂଜନ ଜଗତକୁ ଜାତୀୟ ସ୍ତରରେ ପହଂଚାଇବା ଆମର ଲକ୍ଷ ବୋଲି ଇଭେଣ୍ଟ ଅବସରରେ ପ୍ରତିଷ୍ଠାତା ଅକ୍ଷୟ ପରିଜା ପ୍ରକାଶ କରିଥିଲେ ।

Leave A Reply

Your email address will not be published.