Latest Odisha News

BREAKING NEWS

ଚିକମିକ ଆଲୁଅ ରେ ଝଲସୁଛି ଖଡ଼ିଆଳ, କୋଲକାତା କାଳୀ ମନ୍ଦିର ଭ୍ରମ ସୃଷ୍ଟି କରୁଛି ତୋରଣ

ଧରା ଅବତରଣ କରି ପୂଜା ପାଉଛନ୍ତି ଦୁର୍ଗତିନାସିନୀ ମହିଷାମର୍ଦ୍ଦିନୀ ମା’ ଦୁର୍ଗା । ଏହି ପରିପେକ୍ଷି ରେ ନୂଆପଡା ଜିଲ୍ଲାର ସର୍ଵ ପୁରାତନ ଐତିହାସିକ ଖଡ଼ିଆଳ ସହରର ପଟ୍ଟନାୟକ ପଡ଼ା ଓ ରାଜାପଡା ରେ ନବରାତ୍ର ଦୁର୍ଗା ପୂଜା ଚାଲିଥିବା ବେଳେ ଚଳଚଞ୍ଚଳ ହୋଇ ଉଠିଛି ଖଡ଼ିଆଳ ସହର ।

ନୂଆପଡା: ଆସିଛି ପାର୍ବଣ,  ମାଁ ଙ୍କ ଆଗମନ ରେ ଚଳଚଞ୍ଚଳ ଗାଁ ଠୁ ସହର । ଧରା ଅବତରଣ କରି ପୂଜା ପାଉଛନ୍ତି ଦୁର୍ଗତିନାସିନୀ ମହିଷାମର୍ଦ୍ଦିନୀ ମା’ ଦୁର୍ଗା । ଏହି ପରିପ୍ରେକ୍ଷୀରେ ରେ ନୂଆପଡା ଜିଲ୍ଲା ଖଡ଼ିଆଳ ସହରରେ ଜମୁଛି ଦୂର୍ଗାପୁଜା । ନବ ରାତ୍ର ଦୁର୍ଗା ପୂଜାରେ ମାଁ ଙ୍କ ନଅ ରୂପ ମଧ୍ୟରୁ ଆଜି କାତ୍ୟାୟନି ରୂପ ରେ ପୂଜା ପାଉଛନ୍ତି ମାଁ । ଖଡ଼ିଆଳ ସହରର ତିନୋଟି ସ୍ଥାନରେ ଦୁର୍ଗା ପୂଜା ହେଉଥିଲେ ହେଁ ପଟ୍ଟନାୟକପଡ଼ା ଓ ରାଜାପଡ଼ାରେ ଶାରଦୀୟ ଦୁର୍ଗାପୂଜା ଧୁମଧାମରେ ଚାଲିଛି । ପୂଜା ମଣ୍ଡପଗୁଡ଼ିକର ସାଜସଜ୍ଜା, ଆଲୋକ ତୋରଣ ଓ କଳାଚାତୁରୀ ପ୍ରଦର୍ଶନ ଦର୍ଶକଙ୍କୁ ବିଭୋର କରୁଛି। ସହର ସାରା ଝିକମିକ ଆଲୁଅରେ ସୁଶୋଭିତ ଥିବା ବେଳେ ପଟ୍ଟନାୟକ ପଡ଼ା ପୂଜା ମଣ୍ଡପ କୋଲକାତାର କାଲି ମନ୍ଦିରର ଭ୍ରମ ସୃଷ୍ଟି କରି ଲୋକଙ୍କୁ ଆକୃଷ୍ଟ କରୁଛି । ମାଁ ଙ୍କ ମୃଣ୍ମୟ ମୂର୍ତ୍ତି ସତେ ଯେପରି ଏଠାକାର ପରିବେଶ କୁ ପବିତ୍ର କରି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଭକ୍ତି ଓ ଭାବମୟ ପରିବେଶ ସୃଷ୍ଟି କରୁଛି ।

ରାଜାପଡା ରେ ୧୯୫୨ ମସିହାରୁ ଏହିପୂଜା ହୋଇଆସୁଥିବା ବେଳେ ପଟ୍ଟନାୟକ ପଡ଼ାରେ ଆଜକୁ ୨୭ ବର୍ଷ ହେବ ନବରାତ୍ର ପୂଜା ହେଉଥିବା ପୂଜା କମିଟି ସଦସ୍ୟ ମାନେ କହିଛନ୍ତି । ଦୁଇ ଗୋଟି ପୂଜା ମଣ୍ଡପ ସହ ମାଁ ଗଡ଼ଦେବୀ ରକ୍ତାମ୍ବରୀ ଓ ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ଠାରେ ଅଖଣ୍ଡ ଦ୍ବୀପ ଜାଳି ନିଜ ପରିବାର ସହ ଅଞ୍ଚଳ ଓ ବିଶ୍ୱ ଶାନ୍ତି ପାଇଁ ଶ୍ରଦ୍ଧାଳୁ ପୂଜା କରୁଛନ୍ତି । ରାଜାପଡ଼ାରେ ଦାଣ୍ଡିଆ ନୃତ୍ୟ ସହ ବୃନ୍ଦାବନରୁ ଆସିଥିବା ବାବା ବେଦବ୍ୟାସ ମହାରାଜଙ୍କ ପ୍ରବଚନରେ ଲୋକେ ବିଭୋର ହେଉଛନ୍ତି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ବିଶ୍ଵଶାନ୍ତି ନିମିତ୍ତ ମା’ଙ୍କ  ଠାରେ ପାର୍ଥନା କରୁଛନ୍ତି । ସକାଳ ସନ୍ଧ୍ୟାରେ ଆୟୋଜିତ ଆଳତିରେ ହଜାର ହଜାର ଆବାଳ ଵୃଦ୍ଧ ବନିତାଙ୍କ ସମାଗମ ଏହାର ଏକ ବଡ଼ ଉଦାହରଣ ବୋଲି ପୂଜକ ମାନଙ୍କ ସହ ଆୟୋଜକ ମାନେ କହିଛନ୍ତି ।

Leave A Reply

Your email address will not be published.