Latest Odisha News

ମାଁ ଲଙ୍କେଶ୍ୱରୀଙ୍କ ପୀଠରେ ଦଶହରା ମହା ଆଳତୀ

ସୋନପୁର: ଜୁନାଗଡ଼ ସହର ଓ ଆଖପାଖ ଅଞ୍ଚଳର ପ୍ରତ୍ୟକ ଶକ୍ତି ପୀଠରେ ଦଶହରା ପୂଜା ଚାଲିଥିବା ବେଳେ ସବୁ ପୂଜା ମଣ୍ଡପରେ ବେଶ ଜାକଜମକରେ ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଛି। ଏହିସବୁ ପୀଠ ଓ ମଣ୍ଡପ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ ବଢ଼ିବାରେ ଲାଗିଥିବା ଦେଖିବାକୁ ମିଳୁଛି ।

ମହାନଦୀ କୁଳରେ ଅବସ୍ଥିତ ସୋନପୁର ସହରର ଅଷ୍ଟଚଣ୍ଡୀ ମାଁ ଲଙ୍କେଶ୍ଵରୀ ଦେବୀଙ୍କ ପୀଠରେ ଅମାବାସ୍ୟା ଠାରୁ ଦଶହରା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମହାଆଳତି ଅନୁଷ୍ଟିତ ହେଉଛି l ମାଁ ଲଙ୍କେଶ୍ୱରୀ ଉନ୍ନୟନ କମିଟି ପକ୍ଷରୁ ଆୟୋଜିତ ଏହି ମହା ଆଳତୀ କାର୍ଯ୍ୟକ୍ରମ ତୃତୀୟ ବର୍ଷ ରେ ପଦାର୍ପଣ କରି ମହାସମାରୋହରେ ପାଳନ ହେଉଛି l ଯାହାକୁ ଦେଖିବା ପାଇଁ ହଜାର ହଜାର ମହିଳା ଭକ୍ତଙ୍କ  ସମାଗମ ହେଉଥିବା ଦେଖାଯାଉଛି l ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ଭୋଗ ମାଁ ଙ୍କୁ ଅର୍ପଣ କରିବା ପରେ ଭକ୍ତ ମାନଙ୍କୁ ଦିଆଯାଉଛି l ଭକ୍ତ ମାନଙ୍କ ବିଶ୍ୱାସ ରହିଛି ମାଁ ଲଙ୍କେଶ୍ୱରୀ ଙ୍କ ଠାରେ ଯାହା ମନସ୍କାମନା କରାଯାଏ ତାହା ପୂର୍ଣ୍ଣ ହୋଇଥାଏ l

ଗତ କାଲି ଏହି ମହାଆଳତି କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ବଳଦେବ ପ୍ରସାଦ ବେଦବାକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ନିକୁଞ୍ଜ ପଟ୍ଟନାୟକ, କେନ୍ଦୁଝର ବିଜେପିର ବରିଷ୍ଠ ନେତା ଶ୍ରୀ ଜୀବନ ସାହୁ, ମହିଳା ନେତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମିଶ୍ର, ଶ୍ରୀ ଧର୍ମନିରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.