Latest Odisha News

BREAKING NEWS

କମ୍ପିବ ଧନୁଯାତ୍ରା ପଡିଆ, ଆଉ ଦିନକ ପରେ ଶୁଭିବ କଂସର ହା ହା କାର

ବରଗଡ: ରାତି ପାହିଲେ ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ନିଆରା ଢଙ୍ଗରେ ଆରମ୍ଭ ହୋଇଯାଇଛି ଏହାର ପ୍ରଚାର କାର୍ଯ୍ୟକ୍ରମ | ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ  ବରଗଡରେ ବିରାଟ ରୋଙ୍ଗୋଲି ପ୍ରତିଯୋଗୀତା କାର୍ଯ୍ୟକ୍ରମର ଆୟୋଜିତ ହୋଇଥିବା ବେଳେ ଏଥିରେ ୬୬ ଗୋଟି ଅନୁଷ୍ଠାନର ଛାତ୍ର ଛାତ୍ରୀ ଓ କଳାକାର ମାନେ ଭାଗ ନେଇଥିଲେ | ରଙ୍ଗୋଲି ପାଇଁ କେବଳ ଧନୁଯାତ୍ରା ଉପରେ ଥିମ ରହିଥିବା ବେଳେ ସୁନ୍ଦର ସୁନ୍ଦର ରଙ୍ଗୋଲିରେ ଭରିଯାଇଥିଲା ବରଗଡର ମୁଖ୍ୟ ରାସ୍ତା |

ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ବରଗଡରେ  ଆୟୋଜିତ ରଙ୍ଗୋଲି ପ୍ରତିଯୋଗିତାରେ ଆଜି ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୬୦୦ ଛାତ୍ର ଛାତ୍ରୀ ଓ କଳାକାର ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ | ଧନୁଯାତ୍ରା ପୂର୍ବରୁ ଏହାର ପ୍ରଚାର ପାଇଁ ବରଗଡ ମୁଖ୍ୟ ରାସ୍ତାରେ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଧନୁଯାତ୍ରା ଉପରେ ଭଳିକି ଭଳି ରଙ୍ଗୋଲି ଦେଖିବାକୁ ମିଳିଥିଲା | ବରଗଡ ଜିଲ୍ଲାର ବିଭିନ୍ନ ବ୍ଲକରୁ କୁନି କଳାକାର ମାନେ ପହଞ୍ଚିଥିଲେ ନିଜର କଳା ପ୍ରଦର୍ଶନ କରିବାକୁ | କିଏ କଂସ ର ଅଟ୍ଟହାସ୍ୟ କୁ ରଙ୍ଗୋଲି ମାଧ୍ୟମରେ ଅଙ୍କନ କରିଛି  ତ ଆଉ କିଏ କାଳିଆ ଦଳନ । ବସ୍ତ୍ର ହରଣ , କୃଷ୍ଣ ଙ୍କ ବାଲ୍ୟଲୀଳା ଏପରି ବେଶ ଆକର୍ଷଣୀୟ ରଙ୍ଗୋଲି ଚିତ୍ର ଦେଖିବାକୁ ଲୋକଙ୍କ ଭିଡ ଲାଗିରହିଥିଲା | ସୁନ୍ଦର କଳା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ କଂସ ଦରବାରରେ ପୁରୋସ୍କୃତ କରାଯିବ |

ତେବେ ପ୍ରଚାର ପ୍ରସାର କମିଟି ପକ୍ଷରୁ ଆୟୋଜିତ ଏପରି ନିଆରା ପ୍ରଚାରକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି | ଧନୁଯାତ୍ରା ପୂର୍ବରୁ ରଙ୍ଗୋଲି , ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରତିଯୋଗୀତା ଆମ ଅଞ୍ଚଳର କଳାକାର ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଉଜାଗର କରୁଥିବାବେଳେ ଏପରି ସୁଯୋଗ ପାଇ  ଧନୁଯାତ୍ରାରେ ସାମିଲ ହୋଇଥିବାରୁ  କଳାକାର ମାନେ ବେଶ ଖୁଶି ଅନୁଭବ କରିଛନ୍ତି | ତେବେ ଆଗକୁ ଚିତ୍ରାଙ୍କନ ପ୍ରତିଯୋଗୀତା ଓ ଚିତ୍ରକଳା ପ୍ରତିଯୋଗୀତା ରହିଥିବା ବେଳେ ଭଲ କଳା ପ୍ରଦର୍ଶନ କରିଥିବା କଳାକାର ମାନଙ୍କୁ ବିଶ୍ଵ ଦରବାରରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି | କଳାକାର ମାନେ ବିଶ୍ଵ ଦରବାରରେ ସମ୍ମାନିତ ହୋଇ ନିଜର ପ୍ରତିଭା କୁ ବିଶ୍ଵମଞ୍ଚରେ ଉପସ୍ଥାପନ କରିବାକୁ ବେଶ ଉତ୍ସାହିତ ହୋଇପଡିଛନ୍ତି ଏବଂ ଦୂର ଦୁରନ୍ତରୁ କଳାକାର ମାନେ ନିଜର ପ୍ରତିଭା ଦେଖାଇବାକୁ ପହଞ୍ଚି ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି |

Leave A Reply

Your email address will not be published.