Latest Odisha News

ଭିଜିଲାନ୍ସ ଏସପି ପରିଚୟରେ ୭.୬୦ଲକ୍ଷ ଠକେଇ ଅଭିଯୋଗ, ଅଧ୍ୟାପକ ଗିରଫ

ଭୁବନେଶ୍ୱର: ୭.୬୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଧ୍ୟାପକ ଗିରଫ । ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗ । ଗିରଫ ଅଭିଯୁକ୍ତ ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ମନୋଜ କୁମାର ମାଝୀ ।

ଗତବର୍ଷ ମେ ୩୧ତାରିଖରେ ରାୟଗଡା ଅଞ୍ଚଳର ଠିକାଦାର ମନୋଜ ଚୌଧୁରୀ ଠକେଇ ନେଇ ଅଭିଯୋଗ ଆଣିଥିଲେ । ଅଭିଯୁକ୍ତ ମନୋଜ ମାଝୀ ନିଜକୁ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇଥିଲେ । ଭିଜିଲାନ୍ସ କାର୍ଯ୍ୟାଳୟର କନଷ୍ଟ୍ରକସନ କାମ ହେବ ବୋଲି କହିଥିଲେ । ବିଶ୍ୱାସ ଜନ୍ମିବା ପାଇଁ କିଛି କାଗଜପତ୍ର ମଧ୍ୟ ଦେଇଥିଲେ । ପ୍ରଥମେ ଅନଲାଇନରେ ୫ ଲକ୍ଷ ଓ ପରେ ୨.୬୦ ଲକ୍ଷ ଟଙ୍କା ନେଇଥିଲେ । କେସ ନମ୍ବର ୫୦ ଦଫା ୪୧୯, ୪୨୦, ୪୬୭, ୪୬୮ ଓ ଆଇଟି ଆକ୍ଟରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ଅଭିଯୁକ୍ତ ନାଁରେ ଟଙ୍କା ଠକେଇ ନେଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ୫ଟି ମାମଲା ରହିଛି । ସେହିପରି ଗଞ୍ଜାମ, ପୁରୀ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ମଧ୍ୟ ରହିଛି। ଅଭିଯୁକ୍ତ ମନୋଜ ମାଝୀଠାରୁ ନଗଦ ୨.୬୦ ଲକ୍ଷ ଟଙ୍କା, ଗୋଟିଏ ମୋବାଇଲ, ୬ଟି ଏଟିଏମ କାର୍ଡ ଜବତ ହୋଇଛି ।

Leave A Reply

Your email address will not be published.