Latest Odisha News

BREAKING NEWS

ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ୍, ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗୁଣୁପୁର: ପୁଣି ଥରେ ବଗି ଛାଡି ଚାଲିଗଲା ଇଞ୍ଜିନ୍ । ଗୁଣୁପୁର ଷ୍ଟେସନ ଛାଡିବାର ପ୍ରାୟ ଏକ କିଲୋମିଟର ପରେ କପିଳପୁର ନିକଟରେ ହଠାତ୍ ବିଶାଖାପାଟଣା ଏକ୍ସପ୍ରେସ୍ (୧୮୫୨୧)ର ଇଞ୍ଜିନ୍ ରୁ ବଗି ଅଲଗା ହୋଇଯାଇଥିଲା । ତେବେ ଏହି ଅଘଟଣରେ କେହି ମୃତାହତ ହୋଇନାହାନ୍ତି । ଯାନ୍ତ୍ରିକ ତ୍ରୁଟି ଲାଗି ଏଭଳି ଘଟଣା ଘଟିଥିବା କୁହାଯାଉଛି। ଲୋକପାଇଲଟଙ୍କୁ ଜଣାଯିବା ପରେ ଇଞ୍ଜିନ୍‌ରେ ବଗି ସଂଯୋଗ କରାଯାଇଛି । ସୁରକ୍ଷା ଯାଞ୍ଚ ପରେ ଗନ୍ତବ୍ୟ ପଥରେ ଟ୍ରେନ୍ ଯାତ୍ରା ଆରମ୍ଭ କରିଛି।

ସୂଚନା ଅନୁସାରେ, ଆଜି ଟ୍ରେନ୍‌ ଯାତ୍ରୀଙ୍କୁ ଧରି ନିର୍ଦ୍ଧାରିତ ସମୟର ୨ ଘଣ୍ଟା ୧୫ ମିନିଟ୍ ବିଳମ୍ବରେ ଗୁଣପୁର ଷ୍ଟେସନ ଛାଡ଼ିଥିଲା । ପ୍ରାୟ ଏକ କିଲୋମିଟର ଯିବା ପରେ କପିଳପୁର ନିକଟରେ ହଠାତ୍ ଇଞ୍ଜିନ୍‌ରୁ ବଗି ଅଲଗା ହୋଇଯାଇଥିଲା । ଇଞ୍ଜିନ୍‌ ଆଗକୁ ଚାଲିଯାଇଥିଲେ ବି ଲୋକପାଇଲଟ୍‌ ଏ ସମ୍ପର୍କରେ ଜାଣି ପାରି ନଥିଲେ । ତେବେ ଗାଡ଼ିର ବେଗ କମ୍ ଥିବାରୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ଯାତ୍ରୀ ବର୍ତି ଯାଇଥିଲେ । ଏନେଇ ଲୋକପାଇଲଟ୍ ଙ୍କୁ ଜଣାଇବା ପରେ ସେ ଇଞ୍ଜିନ୍‌କୁ ପଛକୁ ଅଣାଯାଇଥିଲା। ମରାମତି ପରେ ଟ୍ରେନ୍‌ ପୁଣି ଯାତ୍ରା ଆରମ୍ଭ କରିଥିଲା । ଏ ସମ୍ପର୍କରେ ଷ୍ଟେସନ୍‌ ମାଷ୍ଟର କେ. କାମେଶ୍ଵରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଟ୍ରେନ୍ ପୁରୁଣା ହୋଇଗଲେ ବେଳେ ବେଳେ ଇଞ୍ଜିନ୍ ଓ ବଗି ମଧ୍ୟରେ ଥିବା ଜଏଣ୍ଟ୍‌ ଖସି ଯାଇଥାଏ। ଟ୍ରେନ୍ ଧିରେ ଯାଉଥିବାରୁ ଆଜି ସେଭଳି କିଛି ଅଘଟଣ ଘଟି ନାହିଁ । ସୁରକ୍ଷା ଯାଞ୍ଚ୍ କରାଯାଇଛି।

ସୂଚନାଥାଉ କି, ଗୁଣପୁର-ନୌପଡ଼ା ମଧ୍ୟରେ ଗୋଟିଏ ଲାଇନ୍ ରହିଛି । ତେଣୁ ଅଧିକାଂଶ ସମୟରେ ଟ୍ରେନ୍‌ଗୁଡ଼ିକ ବିଳମ୍ବରେ ଯାତାୟାତ କରୁଛି | ଆଜିରାଉରକେଲା-ଗୁଣପୁର ରାଜ୍ୟ ରାଣୀ ଏକ୍ସପ୍ରେସ୍ ଏହି ଲାଇନ୍‌ରେ ଆସିବାରେ ବିଳମ୍ବ କରିଥିଲା। ତେଣୁ ବିଶାଖାପାଟଣା ଏକ୍ସପ୍ରେସ୍ ଅପରାହ୍ନ ୧.୫୫ ମିନିଟ୍ ବଦଳରେ ୪ଟା ୧୦ରେ ଗୁଣପୁର ଷ୍ଟେସନ୍‌ ଛାଡ଼ିଥ୍‌ଲା

 

Leave A Reply

Your email address will not be published.