Latest Odisha News

BREAKING NEWS

ସ୍ମରଣୀୟ ହେବ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ

କଟକ : ସ୍ମରଣୀୟ ହେବ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ସେଥିପାଇଁ ବସିଥିଲା ପ୍ରସ୍ତୁତି ବୈଠକ ।  ଷ୍ଟାଡିଅମର ସୌନ୍ଦଯ୍ୟକରଣ, ଟ୍ରାଫିକ ବ୍ୟବସ୍ଥା , ପରିମଳ , ଜଳ ଯୋଗାଣ ଇତ୍ୟାଦି କିପରି କରାଯିବ ସେ ସବୁ ଦିଗକୁ ନେଇ ଆଜି ଏକ ଉଚ୍ଚସ୍ତରୀୟ ବୖେଠକରେ ଆଲୋଚନା ହୋଇଯାଇଛି ।

ଵାରଵାଟୀରେ ହେଵ ହକି ଵିଶ୍ବକପର ଉଦଘାଟନୀ ଉତ୍ସଵ। ଜାନୁ୍ରାରୀ  ୧୧ ତାରିଖରେ ଏହି ଉଦଘାଟନୀ ଉତ୍ସଵ ଅନୁଷ୍ଠିତ ହେଵ। ଉଦଘାଟନୀ ଉତ୍ସଵର ପ୍ରସ୍ତୁତି ସମୀକ୍ଷା ପାଇଁ ଆଜି ଵାରଵାଟୀରେ ଏକ ଉଚ୍ଚସ୍ତରୀୟ ଵୈଠକ ଆୟୋଜିତ ହୋଇଯାଇଛି। ଓସିଏ ସଭାପତି ପ୍ରଣଵ ପ୍ରକାଶ ଦାସ ଓ କ୍ରୀଡା ସଚିବ ଭିନୀଲ କ୍ରିଷ୍ଣାଙ୍କ ଅଧ୍ୟକ୍ଷତାରେ ଏହି ଵୈଠକ ଅନୁଷ୍ଠିତ ହୋଇଯାଇଛି।   ଉତ୍ସବ କିପରି ସଫଳତାର ସହ ଆୟୋଜନ ହେବ ସେ ନେଇ କ୍ରୀଡା ସଚିବ ସମସ୍ତ ସଦସ୍ୟଙ୍କ ମତ ଲୋଡିଥିଲେ ।

ଏହି ବୈଠକରେ କଟକ ମେୟର ସୁଵାଷ ସିଂହ, ଚୌଦ୍ୱାର-କଟକ ବିଧାୟକ ସୌଭିକ ଵିଶ୍ବାଳ, କଟକ ସଦର ଵିଧାୟକ ଚନ୍ଦ୍ରସାରଥି ଵେହେରା, ଵାଙ୍କୀ ଵିଧାୟକ ଦେଵୀ ରଞନ ତ୍ରିପାଠୀ ,ଜିଲାପାଳ , ଡିସିପି ଏହି ଵୈଠକରେ ଉପସ୍ଥିତ ରହିଥିଲେ। ଏହି ଉଦଘାଟନୀ ଉତ୍ସଵକୁ କିଭଳି ସ୍ମରଣୀୟ କରି ହେଵ ସେ ନେଇ ଵୈଠକରେ ଆଲୋଚନା ହୋଇଛି।

 

Leave A Reply

Your email address will not be published.