Latest Odisha News

ରାଜ୍ୟର ଏହି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ

ଭୁବନେଶ୍ୱର: ବୁଧବାର ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଆଜି ସକାଳ ୯ଟା ୪୬ ସମୟରେ ୫ରୁ ୬ ସେକେଣ୍ଡ ଧରି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ମୃଦୁ ଭୂମିକମ୍ପର ତୀବ୍ରତା ୩.୪ ମାଗ୍ନିଚ୍ୟୁଡ୍ ରହିଥିଲା । ଭୂମିକମ୍ପ ୫ କିଲୋମିଟର ଗଭୀରରେ ହୋଇଥିବା ଜଣାପଡ଼ିଛି ।

ମୃଦୁ ଭୂମିକମ୍ପ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୩.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ କୌଣସି କ୍ଷୟକ୍ଷତି ହୋଇ ନାହିଁ । ୨.୫ରୁ ୫.୪ ତୀବ୍ରତାର ଭୂମିକମ୍ପ ବିଶ୍ୱରେ ବର୍ଷକୁ ପ୍ରାୟ ୫୦ ହଜାର ଥର ଅନୁଭୂତ ହୋଇଥାଏ ।

Leave A Reply

Your email address will not be published.