ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ବିତୀୟ ଦିନରେ ଗୋପାଳପୁର ନିକଟବର୍ତ୍ତୀ ଧବଳେଶ୍ୱର ପୀଠରେ ଦର୍ଶନ ସହିତ ପୂଜାର୍ଚ୍ଚନା କରିଛନ୍ତି । ପବିତ୍ର ଶ୍ରାବଣ ମାସରେ ଶିବମନ୍ଦିରରେ ରାଷ୍ଟ୍ରପତିଙ୍କ ତରଫରୁ ଜଳାଭିଷେକ ଓ ପୁଷ୍ପାଭିଷେକ କରାଯାଇଛି। ଭୋର ୫ଟା ୩୦ ମିନିଟ୍ରେ ଆର୍ମି ଏଡି କଲେଜରୁ ବାହାରି ଗୋଳାବନ୍ଧ ନିକଟସ୍ଥ ଶ୍ରୀ ଧବଳେଶ୍ୱର ପୀଠରେ ପହଞ୍ଚିଥିଲେ । ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ପୁନର୍ବାର ଆର୍ମୀ ଏଡି କଲେଜକୁ ଫେରିଛନ୍ତି ରାଷ୍ଟ୍ରପତି ।
ବାବା ଧବଳେଶ୍ୱରଙ୍କ ପୀଠରେ ପହଞ୍ଚିବା ପରେ ସେବାୟତ ଶଙ୍କର ରଣାଙ୍କ ସମେତ ମନ୍ଦିର କମିଟିର ସଭାପତି ରାଷ୍ଟ୍ରପତିଙ୍କୁ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ । ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
ସାଢ଼େ ୧୦ଟା ସମୟରେ ବ୍ରହ୍ମପୁର ରେଳଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।