ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ଆକ୍ରମଣ। ଭୁବନେଶ୍ବର ରେଲୱେ ଷ୍ଟେସନ ୬ନଂ ପ୍ଲାଟ୍ଫର୍ମ ବାହାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।
ଆକ୍ରମଣରେ ଗୁରୁତର ଶିକ୍ଷକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ରାୟଗଡ଼ାରୁ ଭୁବନେଶ୍ୱର ସରକାରୀ କାର୍ଯ୍ୟରେ ଆସିଥିଲେ ସାହିତ୍ୟିକ ଓ ଶିକ୍ଷକ ଦ୍ଵିତୀ ଚନ୍ଦ୍ର ସାହୁ। ହେଲେ ରେଳ ଷ୍ଟେସନ ନିକଟରେ ଶିକ୍ଷକ ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ଆକ୍ରମଣ ହୋଇଛି।
କାଠ ଫଳିଆରେ ମୁଣ୍ଡକୁ ପିଟି ମୋବାଇଲ୍ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ। ରେଳ ଷ୍ଟେସନର ୬ନଂ ପ୍ଲାଟଫର୍ମ ବାହାରେ ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ। ଏହି ଘଟଣାରେ ଶିକ୍ଷକ ଥାନାରେ ଏତଲା ଦେଇଛନ୍ତି।
Comments are closed.