Latest Odisha News

BREAKING NEWS

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଦୋଷୀ ମୁକେଶର ରାଜକ୍ଷମା ଖାରଜ

ନୂଆଦିଲ୍ଳୀ: ଖାରଜ ହେଲା ଦୋଷୀ ମୁକେଶର ରାଜକ୍ଷମା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି । ଏନେଇ ରାଷ୍ଟ୍ରପତି ଭବନର କେନ୍ଦ୍ର ଗୃହମନ୍ତ୍ରାଳୟରୁ ସୂଚନା ମିଳିଛି । ଏହାପରେ ୪ ଦୋଷୀଙ୍କ ଫାଶୀ ପାଇବା ପକ୍କା ହୋଇଛି ।

ଆଜି ଗୃହ ମନ୍ତ୍ରାଳୟ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିବା ସହ ରାଷ୍ଟ୍ରପତିଙ୍କ ନିକଟକୁ ଫଠାଇଥିଲେ । ଗୃହମନ୍ତ୍ରାଳୟ ଏହି ଆବେଦନକୁ ଖାରଜ କରିବା ପାଇଁ ରାଷ୍ଟ୍ରପତିଙ୍କୁ କହିଥିଲେ । ଏଥିସହ ଫାଶୀଦଣ୍ଡାଦେଶ କାୟମ ରଖିବା ପାଇଁ ମଧ୍ୟ ସୁପାରିଶ କରିଥିଲେ । ଏହା ପୂର୍ବରୁ ଉପରାଜ୍ୟପାଳ ଓ ଦିଲ୍ଲୀ ସରକାର ମଧ୍ୟ ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିସାରିଛନ୍ତି ।

ତେବେ ରାଜକ୍ଷମା ଆବେଦନ ଖାରଜ ହେବା ପରେ ମଧ୍ୟ ୨୨ ତାରିଖ ସକାଳ ୭ଟାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ନା ନାହିଁ ସେ ସେସ୍‌ପେନ୍ସ ଜାରି ରହିଛି । କାରଣ ରାଜକ୍ଷମା ଖାରଜ ପରେ ଦୋଷୀଙ୍କୁ ଆହୁରୀ ୧୪ ଦିନ ସମୟ ମଳିବ ।

Leave A Reply

Your email address will not be published.