Latest Odisha News

BREAKING NEWS

ମନେ ପଡ଼ନ୍ତି ନେତାଜୀ: ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ୧୨୫ତମ ଜୟନ୍ତୀ । ଏହି ଅବସରରେ ଦେଶ ବ୍ୟାପୀ ପାଳନ ହେଉଛି ପରାକ୍ରମ ଦିବସ । ଭାରତର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନକୁ ପୁରା ଦେଶ ମନେ ପକାଉଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ନେତାଜୀ ହେଉଛନ୍ତି ଆମ ଅତି ପ୍ରିୟ ରାଷ୍ଟ୍ରନାୟକଙ୍କ ମଧ୍ୟରୁ ଅନ୍ୟତମ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା ।

ସେହିପରି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଭାରତ ମାତାର ସୁଯୋଗ୍ୟ ସନ୍ତାନ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜନ୍ମବାର୍ଷିକୀରେ କୋଟି କୋଟି ପ୍ରଣାମ । ଦେଶର ସ୍ୱାଧୀନତା ପାଇଁ ତାଙ୍କ ତ୍ୟାଗ ଓ ସମର୍ପଣକୁ ରାଷ୍ଟ୍ର ସର୍ବଦା ମନେ ରଖିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଟ୍ୱିଟ୍ କରି ନବୀନ ଲେଖିଛନ୍ତି, ତାଙ୍କର ଦୃଢ ଆତ୍ମବିଶ୍ଵାସ, ଅନନ୍ୟ ବିଚାରଧାରା ଓ ଦେଶ ପ୍ରତି ସମପର୍ଣ ଭାବ ସର୍ବଦା ପ୍ରେରଣାଦାୟୀ ।

ସେହିପରି ଭାରତ ମୁକ୍ତି ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର ତଥା ଓଡ଼ିଶାର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ସ୍ଥିତ ଜାନକିନାଥ ଭବନ ପରିସରରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.