Latest Odisha News

BREAKING NEWS

ପୁରୀରୁ ୨୬୭ ଗ୍ରାମର ବ୍ରାଉନସୁଗର ଜବତ, ୫ ମହିଳାଙ୍କ ସହ ନିଶା ବେପାରୀ ଗିରଫ

ପୁରୀ: ଶ୍ରୀକ୍ଷେତ୍ରରେ ବଢ଼ୁଛି ନିଶା କାରବାର । ମାଧ୍ୟମ ସାଜିଛନ୍ତି ମହିଳା । ମହିଳାଙ୍କୁ ଢାଲ କରି ନିଶା କାରବାର କରୁଛନ୍ତି ମାଫିଆ । ପୁରୀ ବାସେଳି ଥାନା ଅନ୍ତର୍ଗତ ନୋଳିଆ ସାହି ଅଞ୍ଚଳରୁ ୨୭୬ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ । କାରବାରରେ ସମ୍ପୃକ୍ତ ନୋଳିଆ ସାହିର ୫ ମହିଳାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨୬ ଲକ୍ଷ ମୂଲ୍ୟର ବ୍ରାଉନସୁଗର ସହ ୩୫ ହଜାର ଟଙ୍କା, ୫ଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ ହୋଇଛି ।

୫ ମହିଳାଙ୍କ ସହ ବ୍ରାଉନସୁଗର ବେପାରୀ ନୋଳିଆ ସାହିର ସନ୍ତୁ ବେହେରା, କମଳ ବେହେରା ଓ ମିଟୁ ବେହେରାକୁ ଗିରଫ କରିଛି ପୋଲିସ । ଏମାନେ ବ୍ରାଉନସୁଗରକୁ ଛୋଟ ଛୋଟ ପୁଡ଼ିଆ କରି ନୋଳିଆ ସାହିର ବବିତା ବେହେରା, ବିନି ନାୟକ, ନୀଳମଣି ନାୟକ, କନକ ବେହେରା ଓ ଗୀତା ବେହେରାଙ୍କ ମାଧ୍ୟମକେ ବିକ୍ରି କରୁଥିଲେ । ଟାର୍ଗେଟରେ ଥିଲେ ଯୁବପିଢି ।

ସମସ୍ତଙ୍କୁ ଏନଡିପିଏସ୍ ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି । ଶ୍ରୀକ୍ଷେତ୍ରକୁ ନିଶା ମୁକ୍ତ କରିବା ପାଇଁ ଏସପି କେ.ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ସ୍କ୍ୱାଡ୍ ଗଠନ କରି ରେଡ୍ କରାଯାଉଛି । ଗତ କିଛି ମାସ ମଧ୍ୟରେ ସହରରେ ବ୍ୟାପକ ରେଡ୍ କରି ଏକାଧିକ ନିଶା ମାଫିଆଙ୍କୁ ଗିରଫ କରିଛି ପୋଲିସ । ବ୍ରାଉନସୁଗର କେଉଁଠୁ ଆସୁଛି, କିଏ ଆଣି କେଉଁଠି ବିକ୍ରି କରୁଛି । ସେନେଇ ପୁରୀ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍ ଜାରି ରହିଛି ।

Leave A Reply

Your email address will not be published.