ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଫର୍ମ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଟି୨୦ ବିଶ୍ୱକପ ପୂର୍ବରୁ କୋହଲି ମଧ୍ୟ ଫର୍ମକୁ ଫେରିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ରିପୋର୍ଟ ମୁତାବକ କୋହଲି ଜିମ୍ବାୱେ ବିପକ୍ଷ ସିରିଜ ଖେଳିବାକୁ ଚାହୁଁଛନ୍ତି । ୬ ବର୍ଷ ପରେ ଜିମ୍ବାୱେ ଗସ୍ତରେ ଯିବ ଭାରତ । ୧୮ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ହରାରରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । କୋହଲି ଏବେ ବିଶ୍ରାମ ପାଇଁ ୱେଷ୍ଟଇଣ୍ଡିଜ ଗସ୍ତରୁ ଓହରି ଯାଇଛନ୍ତି । ଟିମ ଇଣ୍ଡିଆ ମଧ୍ୟ ଟି୨୦ ବିଶ୍ୱକପ ଓ ଦିନିକିଆ ବିଶ୍ୱକପରେ କୋହଲିଙ୍କୁ ଜବରଦସ୍ତ ଫର୍ମରେ ଦେଖିବାକୁ ଚାହୁଁଛି । ୨୦୧୯ ପରଠାରୁ ସେ କୌଣସି ଫର୍ମାଟରେ ଶତକ ହାସଲ କରିପାରି ନାହାନ୍ତି । ସେହିପରି ନିକଟରେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଲୟକୁ ଫେରିବା ପାଇଁ କୋହଲିଙ୍କୁ ଗୋଟିଏ କିମ୍ବା ୨ଟି ବଡ ଇନିଂସର ଆବଶ୍ୟକତା ରହିଛି । ଜିମ୍ବାୱେ ଅପେକ୍ଷାକୃତ ଦୁର୍ବଳ ଟିମ ହୋଇଥିବାରୁ କୋହଲିଙ୍କ ଫର୍ମକୁ ଫେରିବାରେ ସହାୟ ହେବ ବୋଲି ଆଶା କରାଯାଉଛି ।
BREAKING NEWS
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି
- ଭାରତ – ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନ୍ୟୁଜିଲ୍ୟାଣ୍ଡ ସଂସଦର ମଞ୍ଜୁରୀ
- ଏସିଆନ ଗେମ୍ସ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ଏବେ ଦଳର ମୂଳ ଲକ୍ଷ୍ୟ: ସୋଏର୍ଡ ମାରିଜ୍ନେ
- ପୁଣି ହସାଇବାକୁ ଆସୁଛନ୍ତି କପିଲ ଓ ସୁନୀଲ: ଖୁବଶୀଘ୍ର ଫେରୁଛି ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ସିଜନ ୫
- Subhadra Scheme Applications:ଏହି ଦିନ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
- ୨୦୧୩ ଝିରମ ଘାଟି ନରସଂହାର ମାମଲାରେ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ଏସିଆନ୍ ଗେମ୍ସ: ବିପ୍ରଜ ନିଗମ ଜାତୀୟ ଦଳରେ ସାମିଲ, ବାଦ ପଡ଼ିଲେ ବରୁଣ
- Dahi Bara: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ
- ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, EPFO ଦରମା ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି
- ଜନ୍ମଦିନ ପାଳିବ ସୁଭଦ୍ରା, ଘରେ ଘରେ ଦୀପ ଜାଳିବେ ମହିଳା

Comments are closed.