ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣେର ଦେହୁ ଠାରେ ଜଗତଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜ ମନ୍ଦିରର ଉଦଘାଟନ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେହୁର ପବିତ୍ର ଭୂମିରେ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆମର ଶାସ୍ତ୍ରଗୁଡ଼ିକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ସାଧୁସନ୍ଥଙ୍କ ସତସଙ୍ଗ ହେଉଛି ମାନବ ଜନ୍ମରେ ବିରଳ ଅଧିକାର । ଯଦି ସାଧୁମାନଙ୍କ କୃପା ଅନୁଭବ ହୁଏ, ତେବେ ସ୍ୱତଃ ପ୍ରବୃତ ଭାବେ ଈଶ୍ୱରଙ୍କ ସାନ୍ନିଧ୍ୟ ମିଳେ । ସେ କହିଛନ୍ତି, ଆଜି ଦେହୁର ଏହି ପବିତ୍ର ତୀର୍ଥସ୍ଥାନକୁ ଆସିବା ପରେ ମୁଁ ମଧ୍ୟ ସମାନ ଅନୁଭବ କରୁଛି । ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଜାରି ରଖି କହିଛନ୍ତି ଦେହୁର ଶୀଳା ମନ୍ଦିର କେବଳ ଭକ୍ତିର କେନ୍ଦ୍ର ନୁହେଁ ବରଂ ଭାରତର ସାଂସ୍କୃତିକ ଭବିଷ୍ୟତ ପାଇଁ ମଧ୍ୟ ପଥ ପରିଷ୍କାର କରିଛି । ଏହି ପବିତ୍ର ସ୍ଥାନର ପୁନଃ ର୍ନିମାଣ ପାଇଁ ମୁଁ ମନ୍ଦିରର ଟ୍ରଷ୍ଟ ଏବଂ ସମସ୍ତ ଭକ୍ତଙ୍କୁ କୃତଜ୍ଞତା ଜଣାଉଛି ।
କିଛି ମାସ ପୂର୍ବେ ପାଲିକି ମାର୍ଗରେ ଦୁଇଟି ଜାତୀୟ ରାଜପଥର ଚାରି ଲେନର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସୌଭାଗ୍ୟକୁ ମଧ୍ୟ ସେ ମନେ ପକାଇଥିଲେ । ସେ ସୂଚନା ଦେଇଛନ୍ତି ଯେ ଶ୍ରୀ ସନ୍ଥ ଦୀନେଶ୍ୱର ମହାରାଜ ପାଲଖୀ ମାର୍ଗ ପାଞ୍ଚଟି ପର୍ଯ୍ୟାୟରେ ଶେଷ ହେବ ଏବଂ ସନ୍ଥ ତୁକାରାମ ମହାରାଜ ପାଲକି ମାର୍ଗ ତିନିଟି ପର୍ଯ୍ୟାୟରେ ଶେଷ ହେବ । ୧୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ଏହି ପର୍ଯ୍ୟାୟଗୁଡିକରେ ୩୫୦ କିଲୋମିଟରରୁ ଅଧିକ ଲମ୍ବା ରାଜପଥ ର୍ନିମାଣ ହେବ ।ଭାରତର ସଭ୍ୟତା ବିଶ୍ୱର ସର୍ବ ପୁରାତନ ଜୀବନ୍ତ ସଭ୍ୟତା ହେବାର ଗର୍ବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଯଦି ଏହାର ଶ୍ରେୟ କାହାକୁ ଯାଏ, ତେବେ ଏହା ଭାରତର ସନ୍ଥ ପରମ୍ପରା ଏବଂ ସାଧୁମାନଙ୍କର ଅଟେ । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଭାରତ ହେଉଛି ସାଧୁସନ୍ଥଙ୍କ ଦେଶ । ପ୍ରତ୍ୟେକ ଯୁଗରେ, ଆମ ଦେଶ ତଥା ସମାଜକୁ ଦିଗଦର୍ଶନ ଦେବା ପାଇଁ କିଛି ମହାନ ଆତ୍ମା ଅବତରଣ କରୁଛନ୍ତି । ଆଜି ଦେଶ ସନ୍ଥ କବୀରଦାସଙ୍କ ଜନ୍ମ ବାର୍ଷିକୀ ପାଳନ କରୁଛି । ସେ ଶ୍ରୀ ସନ୍ଥ ଦୀନେଶ୍ୱର ମହାରାଜ, ସନ୍ଥ ନିଭ୍ରୁତିନାଥ, ସନ୍ଥ ସୋପନଦେବ ଏବଂ ଆଦି-ଶକ୍ତି ମୁକ୍ତା ବାଇ ଜୀଙ୍କ ପରି ସାଧୁମାନଙ୍କ ପ୍ରମୁଖ ବାର୍ଷିକୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସନ୍ଥ ତୁକାରାମ ଜୀଙ୍କର ଦୟା, କରୁଣା ଏବଂ ସେବା ତାଙ୍କ ‘ଅଭଙ୍ଗା’ ଆକାରରେ ଆମ ସହିତ ଅଛି । ଏହି ‘ଅଭଙ୍ଗାଗୁଡିକ’ ପୀଢିକୁ ପ୍ରେରଣା ଦେଇଛି । ଯାହା ଲୋପପାଏ ନାହିଁ ତାହା ଅନନ୍ତ ଏବଂ ସମୟ ସହିତ ପ୍ରାସଙ୍ଗିକ ରହିଥାଏ, ଯାହା ହେଉଛି ‘ଅଭଙ୍ଗା’ ବୋଲି ସେ ବର୍ଣ୍ଣନା କରିଛନ୍ତି । ଆଜି ମଧ୍ୟ, ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ଦେଶ ଏହାର ସାଂସ୍କୃତିକ ମୂଲ୍ୟବୋଧ ସହିତ ସମନ୍ୱୟ ରକ୍ଷା କରି ଆଗକୁ ବଢୁଛି, ସନ୍ଥ ତୁକାରାମଙ୍କ ଅଭଙ୍ଗାଗୁଡିକ ଆମକୁ ଶକ୍ତି ପ୍ରଦାନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଏହି ସମୟର ବିଶିଷ୍ଟ ସାଧୁମାନଙ୍କ ଗୌରବମୟ ପରମ୍ପରାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମଣିଷ ମଧ୍ୟରେ ଭେଦଭାବ ବିରୁଦ୍ଧରେ ପ୍ରଚାର କରୁଥିବା ଶିକ୍ଷାକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ଯେହେତୁ ସେମାନେ ଆଧ୍ୟାତ୍ମିକ ଭକ୍ତି ପାଇଁ କାର୍ଯ୍ୟ କରିଥାନ୍ତି ତେଣୁ ଏହି ପ୍ରଚାରଗୁଡ଼ିକ ଦେଶ ତଥା ସମାଜ ପ୍ରତି ଭକ୍ତି ପାଇଁ ସମାନ । ସେ କହିଛନ୍ତି ଯେ ଏହି ବାର୍ତ୍ତା ୱାର୍କରୀ ଭକ୍ତଙ୍କ ବାର୍ଷିକ ପନ୍ଧରପୁର ଯାତ୍ରାକୁ ସୂଚିତ କରେ । ସବକା ସାଥର ଆବେଗ, ସବକା ବିକାଶ ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଏହିପରି ମହାନ ପରମ୍ପରା ଦ୍ୱାରା ଅନୁପ୍ରାଣିତ । ଲିଙ୍ଗଗତ ସମାନତାର ଆବେଗ ଏବଂ ୱାର୍କରୀ ପରମ୍ପରା ମଧ୍ୟରେ ଅନ୍ତ୍ୟୋଦୟ ଆବେଗକୁ ସେ ଏକ ପ୍ରେରଣା ଭାବରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ, ଶ୍ରମିକଙ୍କ କଲ୍ୟାଣ ହେଉଛି ଦେଶର ପ୍ରଥମ ପ୍ରାଥମିକତା ।
ଛତ୍ରପତି ଶିବାଜୀ ମହାରାଜଙ୍କ ପରି ଜାତୀୟ ହିରୋମାନଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ତୁକାରାମଙ୍କ ପରି ସାଧୁମାନଙ୍କୁ ଶ୍ରେୟ ଦେଇଛନ୍ତି । ଯେତେବେଳେ ସ୍ୱାଧୀନତା ସଂଗ୍ରାମରେ ବୀର ସାଭରକରଙ୍କୁ ଦଣ୍ଡ ଦିଆଯାଇଥିଲା, ସେତେବେଳେ ସେ ଜେଲରେ ଚିପଲି ପରି ହ୍ୟାଣ୍ଡକଫ୍କୁ ଖେଳୁଥିବାବେଳେ ତୁକାରାମ ଜୀଙ୍କର ଅଭଙ୍ଗା ଗୀତ ଗାଉଥିଲେ ତାହା ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ସେ କହିଛନ୍ତି ଯେ ସନ୍ଥ ତୁକାରାମ ବିଭିନ୍ନ ସମୟରେ ଦେଶରେ ଆବେଗ ଏବଂ ଶକ୍ତି ଯୋଗାଇ ଦେଇଛନ୍ତି । ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ପନ୍ଧରପୁର, ଜଗନ୍ନାଥ, ମଥୁରାରେ ବ୍ରିଜି ପରିକ୍ରମା କିମ୍ବା କାଶୀ ପଞ୍ଚକୋସି ପରିକ୍ରମା, ଚାର ଧାମ ଏବଂ ଅମରନାଥ ଯାତ୍ରା ଭଳି ‘ଯାତ୍ରା\’ ଆମ ଦେଶର ବିବିଧତାକୁ ଏକତ୍ର କରି ଏକ ଭାରତ ଶ୍ରେଷ୍ଠ ଭାରତର ଆବେଗକୁ ସୃଷ୍ଟି କରିଛି ।
ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ ଆମର ଜାତୀୟ ଏକତାକୁ ଦୃଢ କରିବା ପାଇଁ ଆମର ପ୍ରାଚୀନ ପରିଚୟ ଏବଂ ପରମ୍ପରାକୁ ଜୀବନ୍ତ ରଖିବା ଆମର ଦାୟିତ୍ୱ । ତେଣୁ, ଆଜି ଯେତେବେଳେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତିଭୂମି ଭାରତର ବିକାଶ ସହିତ ସମକକ୍ଷ ହେବାକୁ ଯାଉଛି, ଆମେ ନିଶ୍ଚିତ କରୁଛୁ ଯେ ଉଭୟ ବିକାଶ ଏବଂ ଐତିହ୍ୟ ଏକତ୍ର ଭାବେ ଆଗକୁ ବଢ଼ିବ । ସେ ପାଲକି ଯାତ୍ରାର ଆଧୁନିକୀକରଣ, ଚାର ଧାମ ଯତ୍ରା ପାଇଁ ନୂତନ ରାଜପଥ, ଅଯୋଧ୍ୟାରେ ଥିବା ମହାନ ରାମ ମନ୍ଦିର, କାଶୀ ବିଶ୍ୱନାଥ ଧାମର ନବୀକରଣ ଏବଂ ସୋମନାଥରେ ବିକାଶମୂଳକ କାର୍ଯ୍ୟର ଉଦାହରଣ ଦେଇଛନ୍ତି । ପ୍ରସାଦ ଯୋଜନା ଅଧିନରେ ତୀର୍ଥସ୍ଥଳୀର ବିକାଶ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବାବାସାହେବର ରାମାୟଣ ସର୍କିଟ ଏବଂ ପଞ୍ଚତୀର୍ଥର ବିକାଶ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ସମସ୍ତଙ୍କ ଉଦ୍ୟମ ସଠିକ୍ ଦିଗରେ ଥାଏ, ତେବେ ସବୁଠୁ ଜଟିଳ ସମସ୍ୟାର ସମାଧାନ ହୋଇପାରିବ । ସେ ଉଲ୍ଲେଖ କରିଛନ୍ତି ଯେ ସ୍ୱାଧୀନତାର ୭୫ ତମ ବର୍ଷରେ ଆଜି କଲ୍ୟାଣକାରୀ ଯୋଜନାଗୁଡ଼ିକର ପରିପୃଷ୍ଠ ମାଧ୍ୟମରେ ଦେଶ ଶତପ୍ରତିଶତ ସଶକ୍ତିକରଣ ଆଡକୁ ଗତି କରୁଛି । ଏହି ଯୋଜନାଗୁଡିକ ମାଧ୍ୟମରେ ଗରିବମାନେ ମୌଳିକ ଆବଶ୍ୟକତା ସହିତ ଯୋଡି ହେଉଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନରେ ସମସ୍ତଙ୍କ ଅଂଶଗ୍ରହଣ ପାଇଁ ସେ ଆହ୍ୱାନ ଦେଇଛନ୍ତି ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି ଜାତୀୟ ପ୍ରତିଶ୍ରୁତିଗୁଡ଼ିକୁ ସେମାନଙ୍କର ଆଧ୍ୟାତ୍ମିକ ପ୍ରତିଶ୍ରୁତିର ଏକ ଅଂଶ କରିବାକୁ ସେ ସେମାନଙ୍କୁ କହିଥିଲେ । ଯୋଗ ଏବଂ ପ୍ରାକୃତିକ ଚାଷର ଲୋକପ୍ରିୟତା ତଥା ଯୋଗ ଦିବସ ପାଳନ ପାଇଁ ସେ ଲୋକମାନଙ୍କୁ ଆଗେଇ ଆସିବାକୁ କହିଥିଲେ ।
ସନ୍ଥ ତୁକାରାମ ଜଣେ ୱାର୍କରୀ ସାଧୁ ତଥା କବି ଥିଲେ, କିର୍ତ୍ତନ ନାମରେ ଜଣାଶୁଣା ଆଧ୍ୟାତ୍ମିକ ଗୀତ ମାଧ୍ୟମରେ ଅଭଙ୍ଗା ଭକ୍ତି କବିତା ଏବଂ ଗୋଷ୍ଠି ଭିତ୍ତିକ ଉପାସନା ପାଇଁ ଜଣାଶୁଣା । ସେ ଦେହୁରେ ରହୁଥିଲେ । ତାଙ୍କ ଦେହାନ୍ତ ପରେ ଏକ ଶୀଳା ମନ୍ଦିର ର୍ନିମାଣ କରାଯାଇଥିଲା । କିନ୍ତୁ ଏହା ଏକ ମନ୍ଦିର ଭାବରେ ଆନୁଷ୍ଠାନିକ ଭାବେ ଗଠନ ହୋଇନଥିଲା । ଏହା ୩୬ ଟି ଶିଖର ସହିତ ପଥରରେ ପୁନଃ ର୍ନିମାଣ ହୋଇଛି ଏବଂ ସନ୍ଥ ତୁକାରାମଙ୍କର ଏକ ପ୍ରତିମା ଏଠାରେ ରହିଛି ।
Comments are closed.