Latest Odisha News

BREAKING NEWS

ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ମୋଦି କରିବେ ଅଧ୍ୟକ୍ଷତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ରୁ ୧୭ ଜୁନ୍ ୨୦୨୨ ହିମାଚଳ ପ୍ରଦେଶର ଧର୍ମଶାଳାର ଏଚ୍‍ପିସିଏ ଷ୍ଟାଡିୟମରେ ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଏହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାକୁ ଆହୁରି ଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

ମୁଖ୍ୟ ସଚିବମାନଙ୍କର ଜାତୀୟ ସମ୍ମିଳନୀ ୧୫ ରୁ ୧୭ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ୨୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରିବେ, ଯେଉଁଥିରେ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ଏବଂ  ବିଶେଷଜ୍ଞମାନେ ପ୍ରତିନିଧିତ୍ୱ କରିବେ । ତିନି ଦିନ ମଧ୍ୟରେ, ଏହା ରାଜ୍ୟ ସହ ସହଭାଗିତାରେ ଦ୍ରୁତ ଏବଂ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଧ୍ୟାନ ଦେବ । ଟିମ୍ ଇଣ୍ଡିଆ ଭାବରେ କାର୍ଯ୍ୟ କରିବା, ସମ୍ମିଳନୀ ସ୍ଥିରତା, ଚାକିରି ସୃଷ୍ଟି, ଶିକ୍ଷା, ଜୀବନଯାପନ ସହଜତା ଏବଂ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ସହିତ ଉଚ୍ଚ ଅଭିବୃଦ୍ଧି ପାଇଁ ସହଯୋଗୀ କାର୍ଯ୍ୟ ଲାଗି ମୂଳଦୁଆ ପକାଇବ । ଏହି ସମ୍ମିଳନୀ ସାଧାରଣ ବିକାଶର ଏଜେଣ୍ଡା ଏବଂ ଲୋକମାନଙ୍କର ଆକାଂକ୍ଷା ହାସଲ କରିବା ପାଇଁ ମିଳିତ କାର୍ଯ୍ୟ ପାଇଁ ବ୍ଲୁ ପ୍ରିଣ୍ଟ୍‍ ପ୍ରସ୍ତୁତି ଏବଂ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେବ ।

ଛଅ ମାସ ମଧ୍ୟରେ ୧୦୦ ରୁ ଅଧିକ ଥର ବିଚାର ବିମର୍ଶ ପରେ ଏହି ସମ୍ମିଳନୀ ପାଇଁ ଧାରଣା ଏବଂ ଏଜେଣ୍ଡାକୁ ପ୍ରସ୍ତୁତ  କରାଯାଇଛି । ସମ୍ମିଳନୀରେ ବିସ୍ତୃତ ବିଚାର ପାଇଁ ତିନୋଟି ବିଷୟବସ୍ତୁ ଚିହ୍ନଟ କରାଯାଇଛି: (୧) ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା; (୨) ସହରାଞ୍ଚଳ ପ୍ରଶାସନ; ଏବଂ (୩) ଫସଲର ବିବିଧକରଣ ଏବଂ ତୈଳବୀଜ, ଡାଲି ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟରେ ଆତ୍ମର୍ନିଭରଶୀଳତା ହାସଲ କରିବା । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଉଭୟ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ଉପରେ ବିଚାରବିମର୍ଶ କରାଯିବ । ପାରସ୍ପରିକ ଶିକ୍ଷା ପାଇଁ ସମ୍ମିଳନୀରେ ପ୍ରତ୍ୟେକ ବିଷୟବସ୍ତୁ ଅନ୍ତର୍ଗତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରୁ ସର୍ବୋତ୍ତମ ଅଭ୍ୟାସ ଉପସ୍ଥାପିତ ହେବ ।

 

ଆଙ୍କାକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଉପରେ ଏକ ଅଧିବେଶନ ହେବ ଯାହାକି ର୍ନିଦ୍ଦିଷ୍ଟ ଜିଲ୍ଲାର ଯୁବ ଜିଲ୍ଲାପାଳଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଭିତ୍ତିକ ଶାସନ ଉପରେ ସଫଳ ଘଟଣା ଅନୁଧ୍ୟାନ ସହିତ ଏପର୍ଯ୍ୟନ୍ତ ମିଳିଥିବା ସଫଳତାକୁ ବିଚାର କରାଯିବ ।

‘ଆଜାଦି କା ଅମୃତ ମହୋତ୍ସବ: ୨୦୪୭ ପାଇଁ ରୋଡମ୍ୟାପ୍‌’ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ହେବ ଏବଂ ବ୍ୟବସାୟର ସହଜତା ପାଇଁ ଛୋଟଛୋଟ ଅପରାଧ ସଂକ୍ରାନ୍ତୀୟ ମାମଲା ହ୍ରାସ କରିବା ଉପରେ ଚାରୋଟି ଅତିରିକ୍ତ ବିଷୟ ଭିତ୍ତିକ ଅଧିବେଶନ ହେବ; ଯୋଜନାଗୁଡିକର ପରିପୃଷ୍ଠତା ହାସଲ କରିବା ପାଇଁ କେନ୍ଦ୍ର-ରାଜ୍ୟ ସମନ୍ୱୟ ଏବଂ ଶେଷ ସୀମା ପର୍ଯ୍ୟନ୍ତ ବିତରଣକୁ ନିଶ୍ଚିତ କରିବା; ପିଏମ ଗତି ଶକ୍ତି ମାଧ୍ୟମରେ ଭାରତର ଭିତ୍ତିଭୂମିରେ ପରିବର୍ତ୍ତର୍ନ; ଏବଂ ଦକ୍ଷତା ବିକାଶ: ଆଇଜିଓଟି ର କାର୍ଯ୍ୟାନ୍ୱୟନ – ମିଶନ୍ କର୍ମଯୋଗୀ ।

Leave A Reply

Your email address will not be published.