Latest Odisha News

BREAKING NEWS

କରୋନାଭାଇରସ: ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରି ଓଡିଶାରେ ପୁଣି ଜଣେ ଗିରଫ

ଭବାନୀପାଟଣା: ସୋସିଆଲ ମିଡିଆରେ କରୋନାଭାଇରସକୁ ନେଇ ଗୁଜବ ପ୍ରଚାର କରିଥିବା ଅଭିଯୋଗରେ କଳାହାଣ୍ଡି ପୋଲିସ ରବିବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ବୁନ୍ଦୁ ମହାନନ୍ଦ ବୋଲି ଜଣାପଡିଛି ।

ପୋଲିସର ସୂଚନାନୁଯାୟୀ, ନିକଟରେ ବେଙ୍ଗାଲୁରୁରୁ ଫେରି ଆସିଥିବା (କୋଭିଡ-୧୯) ସଂକ୍ରମିତ ଜଣେ ବ୍ୟକ୍ତି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖାଲିକାନି ଗ୍ରାମସ୍ଥିତ ନିଜ ଘରେ ଛପି ରହିଥିବା ସମ୍ପର୍କିତ ଖବର ବୁନ୍ଦୁ ବିଭିନ୍ନ ହ୍ୱାଟ୍ସଆପ୍ ଗ୍ରୁପରେ ପଠାଇଥିଲା ।

ଏପରକି ସେ ବ୍ୟକ୍ତି ଜଣକ କରୋନାଭାଇରସରେ ଆକ୍ରାନ୍ତ ଥିବାବେଳେ ତାଙ୍କ ବାସଭବନରେ ସ୍ଥାନୀୟ ଆଇଆଇସିଙ୍କ ସହ ବିଡିଓ ମଧ୍ୟ ଭେଟିଥିଲେ ବୋଲି ପ୍ରକାଶ କରିଥିଲା ସେ ।

ଏଭଳି ଗୁଜବ ପ୍ରଚାରକୁ ନେଇ କଳାହାଣ୍ଡି ଏସପି ବଟୁଲା ଗଙ୍ଗାଧର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ମହାନନ୍ଦଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଗତ ଦୁଇ ଦିନତଳେ ରାୟଗଡାରେ କରୋନାଭାଇରସ୍ (କୋଭିଡ-୧୯) ବିସ୍ତାର ସମ୍ପର୍କରେ ଫେସବୁକରେ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ।

ଓଡିଶା କ୍ୟାବିନେଟ ନିକଟରେ ଓଡିଶା କୋଭିଡ -୧୯ ନିୟମାବଳୀ ୨୦୨୦କୁ ଅନୁମୋଦନ କରିଥିଲେ । ତଦନୁଯାୟୀ କୌଣସି ଅଜ୍ଞାତ ସୂଚନା କିମ୍ବା ଗୁଜବ ପ୍ରଚାର କରିଲେ, ସେନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.