Latest Odisha News

BREAKING NEWS

ସ୍କୁଲ ବସକୁ ୧ ଲକ୍ଷ ୨୨ ହଜାର ଟଙ୍କାର ଜୋରିମାନା

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ଏକ ବସକୁ ୧ ଲକ୍ଷ ୨୨ ହଜାର ଜୋରିମାନା ଲାଗିଛି।

ଟାଉନ ଥାନା ଶଙ୍କରା ନିକଟ ଟାଉନ ହାଇସ୍କୁଲ ନିକଟରେ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଥିବା ବେଳେ ଏହି ବସ୍‌ଟି ଧରାପଡିଛି।

ଯାଞ୍ଚ ସମୟରେ ବସର ପରମିଟ, ଟ୍ୟାକ୍ସ, ଇନ୍ସୁରାନ୍ସ, ଫିଟନେସ ନଥିବାରୁ ୧ଲକ୍ଷ ୨୨ହଜାର ଟଙ୍କାର ଚାଲାଣ କାଟିଛି ସୁନ୍ଦରଗଡ଼ ପରିବହନ ବିଭାଗ।

ତେବେ ସୁନ୍ଦରଗଡ କ୍ରୀଡା ଛାତ୍ରାବାସରେ ଥିବା କ୍ରୀଡାବିତଙ୍କ ପାଇଁ ସ୍କୁଲ ବସ ବଦଳରେ ଏହି ବସକୁ ବିଭାଗ ବ୍ୟବହାର କରୁଥିବା ଜଣାପଡିଛି।

 

Comments are closed.