Latest Odisha News

୧୨ ଘଣ୍ଟିଆ ବନ୍ଦ ଡ଼ାକରା: ପୁରୀରେ ମଙ୍ଗଳବାର ଦିନ ବନ୍ଦ ରହିବ ଘରୋଇ ବସ ସେବା

ପୁରୀ: ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଯୋଗୁଁ ପୁରୀରେ ଆସନ୍ତା କାଲି ଘରୋଇ ବସ ଚଳାଚଳ ବନ୍ଦ ରହିବ । ମଙ୍ଗଳବାର ଦିନ ଘରୋଇ ବସଗୁଡ଼ିକ ଆନ୍ଦୋଳନ କରୁଥିବା ଯୋଗୁଁ ୧୨ ଘଣ୍ଟା ପୁରୀରେ ବସ ଚଳାଚଳ ସେବା ବନ୍ଦ ରହିବ ବୋଲି ଜଣାପଡ଼ିଛି ।

BjdElectrycity

ଏହି ଆନ୍ଦୋଳନରେ ପ୍ରାୟ ୨୦୦ ବସ ଏବଂ ୮୦୦ କର୍ମଚାରୀ ସାମିଲ୍ ହେବେ ବୋଲି ଶ୍ରୀ ନୀଳଗିରି ମୋଟର୍ ଏମ୍ପ୍ଲଇଜ୍ ୟୁନିୟନ ପକ୍ଷରୁ ସୂଚନା ମିଳିଛି ।

ଗୁରୁବାର ଦିନ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଅଞ୍ଚଳରେ ଏକ ଗାଡ଼ି ଟୁରିଷ୍ଟ୍ ବସ ସହିତ ଧକ୍କା ହେବା ଫଳରେ ଡ୍ରାଇଭରଙ୍କୁ ଯାତ୍ରୀମାନେ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହାକୁ ନେଇ ଘରୋଇ ବସ ଚାଳକଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇ ଏହି ବନ୍ଦ ଡାକରା ଦିଆଯାଇଛି ।

ଏସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି ଛାନଭିନ୍ କରୁଛି ।

Leave A Reply

Your email address will not be published.