Latest Odisha News

BREAKING NEWS

ଏଣିକି ଘରୋଇ ସ୍କୁଲ ଶିକ୍ଷକଙ୍କୁ ଜନଗଣନା କାମରେ ବାଧା ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ଜନଗଣନା। ତେବେ ଏହାରି ଭିତରେ ଏକ ବଡ଼ ସୂଚନା ଜାରି ହୋଇଛି। ଏଣିକି ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷକଙ୍କୁ ଜନଗଣକାରୀ ଓ ସୁପରଭାଇଜର ଭାବେ କାମ କରିବାରେ ବାଧା ଦେଲେ କାର୍ଯ୍ୟାନୁଷ୍ଠାନ। ଜନଗଣନା କାର୍ଯ୍ୟରେ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ଅନିବାର୍ଯ୍ୟ ସାମିଲ୍ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦେଉଛି କଡ଼ା ନିର୍ଦ୍ଦେଶ। କିଛି ସ୍କୁଲ୍ କର୍ତ୍ତୃପକ୍ଷ ଶିକ୍ଷକଙ୍କୁ ରିଲିଜ୍ କରୁନଥିବା ନଜରକୁ ଆସିଛି। ଯାହାପରେ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି।

ସୂଚନାନୁଯାୟୀ, କେତେକ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷକଙ୍କୁ ଜନଗଣକାରୀ ଓ ସୁପରଭାଇଜର ଭାବେ କାମ କରିବାରେ ବାଧା ଦେଉଥିବା ନେଇ ସରକାରଙ୍କ ନଜରକୁ ଆସିଛି। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସରକାରୀ ଓ ବେସରକାରୀ ସ୍କୁଲକୁ ତୁରନ୍ତ ନିର୍ଦ୍ଦେଶ ଜାରି କରିବାକୁ କୁହାଯାଇଛି। ସେନସସ୍ ଆକ୍ଟ-୧୯୪୮ ଅନୁସାରେ ଜନଗଣନା କାର୍ଯ୍ୟ ବାଧ୍ୟତାମୂଳକ। ଜନଗଣନା ଦାୟିତ୍ୱରେ ନିଯୁକ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ରିଲିଭ୍ କରିବା ବାଧ୍ୟତାମୂଳକ। ଅଯଥାରେ ଜନଗଣନା କାମରୁ ଶିକ୍ଷକଙ୍କୁ ବଞ୍ଚିତ କରାଯିବ ନାହିଁ। ନିର୍ଦ୍ଦେଶ ଅମାନ୍ୟ କିମ୍ବା ଅବହେଳା କରିଲେ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.