କୋଲକାତା: ପଶ୍ଚିମବଙ୍ଗରେ ଉତ୍ତେଜନା କମିବାର ନାଁ ନେଉନାହିଁ। କୋଲକାତାର ପ୍ରସିଦ୍ଧ ହଗ୍ ମାର୍କେଟ (ନ୍ୟୁ ମାର୍କେଟ) ନିକଟରେ ମଙ୍ଗଳବାର ରାତିରେ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ଅନୁସାରେ କିଛି ବିଜେପି ସମର୍ଥକ ଓ କର୍ମୀ ଏକଜୁଟ ହୋଇ ବୁଲଡୋଜରରେ ଟିଏମସିର ନ୍ୟୁ ମାର୍କେଟ ୟୁନିଅନ୍ କାର୍ଯ୍ୟାଳୟକୁ ଭାଙ୍ଗି ଦେଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ବୃଦ୍ଧି କରିଛି।
ତେବେ ବୁଲଡୋଜର ଚଢ଼ାଇ କାର୍ଯ୍ୟାଳୟଟିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଥିଲା।
ମହୁଆ ମୋଇତ୍ରାଙ୍କ ସମେତ ଅନେକ ଟିଏମସି ନେତା ଏହି ଘଟଣାର ଭିଡିଓ ସେୟାର କରି ବିଜେପି ଉପରେ ବୁଲଡୋଜର ବ୍ୟବହାର କରିବାର ଅଭିଯୋଗ କରିଛନ୍ତି। ଟିଏମସି ଏକ ସରକାରୀ ବିବୃତ୍ତି ଜାରି କରି ଅଭିଯୋଗ କରିଛି ଯେ ନିର୍ବାଚନ ପୂର୍ବରୁ “ଆଶ୍ୱାସନା” ଦେଉଥିବା ବିଜେପି ଏବେ ରାଜ୍ୟରେ “ବୁଲଡୋଜର” ଏବଂ “ଗୁଣ୍ଡାଗିରି” ରାଜନୀତି ଆରମ୍ଭ କରିଛି।
ଟିଏମସି ଏକ ପୋଷ୍ଟରେ ଲେଖିଛି ଯେ, “ବିଜେପି ସମର୍ଥକଙ୍କ ଏକ ଦଳ ନ୍ୟୁ ମାର୍କେଟ ଅଞ୍ଚଳ ନିକଟରେ ହଙ୍ଗାମା କରିଥିଲା, ଦୋକାନ ଭାଙ୍ଗିବା ସହ ତୃଣମୂଳ କଂଗ୍ରେସ ପାର୍ଟି ଅଫିସରେ ଭଙ୍ଗାରୁଜା କରିଥିଲା। ଏହା ସେହି ଦଳର ବିଜୟ ଉତ୍ସବ, ଯିଏ ବିଶ୍ୱାସ କଥା କହି ଆତଙ୍କ ଖେଳାଉଛି।”