Latest Odisha News

BREAKING NEWS

୩ ବର୍ଷ ପରେ ଭାରତ ଫେରୁଛନ୍ତି ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ସବୁବେଳେ ନିଜର ପ୍ରୋଫେସନାଲ୍‌ ଲାଇଫ୍‌ ହେଉ କି ପର୍ସନାଲ ଲାଇଫ୍ ଆଜିଯାଏଁ ଚର୍ଚ୍ଚାରେ ରହିଆସିଛନ୍ତି । ଏନେଇ ଏକ ଖବର ପ୍ରକାଶ କରି ପୁଣି ଫ୍ୟାନ୍ସଙ୍କୁ ଉତ୍ସାହିତ କରିଛନ୍ତି। ସ୍ଵାମୀ ନିକ୍‌ ଏବଂ ଝିଅ ମାଲତୀ ସହ ବିଗତ କିଛି ବର୍ଷ ଧରି ବିଦେଶରେ ରହୁଥିଲେ। ଏଥିପାଇଁ ତାଙ୍କ ଭାରତୀୟ ପ୍ରଶଂସକମାନେ ତାଙ୍କ ଝଲକ ପାଇବାକୁ ଅପେକ୍ଷା କରି ରହିଥିଲେ। ତେବେ ବିଟାଉନ୍‌ର ଦେଶୀ ଗର୍ଲ ଖୁବ୍ ଶୀଘ୍ର ଭାରତକୁ ଫେରୁଛନ୍ତି।

ଅଭିନେତ୍ରୀ ପ୍ରିୟଙ୍କା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହା ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଇନଷ୍ଟା ଷ୍ଟୋରୀରେ ଆମେରିକା -ମୁମ୍ଵାଇ ବିମାନର ବୋର୍ଡିଂ ପାସ୍‌ର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ସୂଚନା ସେୟାର କରିବା ବେଳେ ପ୍ରିୟଙ୍କା ବହୁତ ଭାବପ୍ରବଣ ହୋଇଥିବା ନଜର ଆସିଛନ୍ତି । ଏହି ସମୟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅତ୍ୟଧିକ ଖୁସି ହେବା ସହ  ଲେଖିଛନ୍ତି, ‘ଶେଷରେ … ଘରକୁ ଯାଉଛି.. ଦୀର୍ଘ ୩ବର୍ଷ ପରେ । ମୁଁ ଆପଣଙ୍କୁ କହିବି, ଏହା ମାଲତୀଙ୍କ ଭାରତ ଯିବାର ପ୍ରଥମ ଗସ୍ତ ହେବ। ବିଦେଶରେ ଦୀର୍ଘ ସମୟ ରହିବା ପରେ ନିଜ ଦେଶକୁ ଫେରିବାର ଅନୁଭବ ଠାରୁ ଭଲ ଆଉ କିଛି ନାହିଁ ।

କରୋନା ମହାମାରୀ ପରେ ପ୍ରିୟଙ୍କା ପ୍ରଥମ ଥର ପାଇଁ ଭାରତ ଫେରୁଛନ୍ତି। ପୂର୍ବରୁ ସେ ଅନେକ ବର୍ଷ ଧରି ଆମେରିକାରେ ରହିଆସୁଥିଲେ।ଆମେରିକୀୟ ଗାୟକ ଏବଂ ସଙ୍ଗୀତକାର ନିକ୍ ଜୋନାସଙ୍କୁ ବିବାହ କରି ଆମେରିକା ସେଟେଲ୍‌ ହୋଇ ଯାଇଥିଲେ।

 

Comments are closed.