Latest Odisha News

BREAKING NEWS

କଂଗ୍ରେସ ସରକାର ଗଠନ କଲେ ହେବ ଜାତି ଭିତ୍ତିକ ଜନଗଣନା: ପ୍ରିୟଙ୍କା ଗାନ୍ଧୀ

ରାୟପୁର: ଆଗକୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିଲାଗି ସମସ୍ତ ରାଜନୈତିକ ଦଳ ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟେକ୍ଷରେ ପ୍ରଚାର ପ୍ରସାର ଆରମ୍ଭ କଲେଣି। ଅନ୍ୟପଟେ ଜାତିଗତ ଜନଗଣନାକୁ ନେଇ ରାଜନୀତିର ଅସ୍ତ୍ର ଭାବେ ବ୍ୟବହାର କଲେଣି ରାଜନୈତିକ ଦଳ। ଇତିମଧ୍ୟରେ ଛତିଶଗଡରେ ପୁଣିଥରେ କଂଗ୍ରେସ ସରକାର ଗଠନ ହେବା ମାତ୍ରେ ଜାତିଗତ ଜନଗଣନା କରାଯିବ ବୋଲି ଘୋଷଣା କରିଛନ୍ତି କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ।

BjdElectrycity

ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏକ୍ସରେ ପୋଷ୍ଚ କରି ଏହି ସୂଚନା ଦେଇଛନ୍ତି। କାଙ୍କେରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ଯଦି ଛତିଶଗଡରେ କଂଗ୍ରେସ ପୁଣିଥରେ ସରକାର ଗଠନ କରେ, ତେବେ ବିହାର ଭଳି ଆମେ ମଧ୍ୟ ରାଜ୍ୟରେ ଜାତିଗତ ଜନଗଣନା କରିବୁ। ବିଜେପିକୁ ଲକ୍ଷ୍ୟ କରି ସେ କହିଛନ୍ତି, ଯେକୌଣସି ଉପାୟରେ କ୍ଷମତାରେ ରହିବାକୁ ବିଜେପିର କେବଳ ଗୋଟିଏ ଲକ୍ଷ୍ୟ ବାକି ଅଛି। ତାଙ୍କର ସହଯୋଗୀମାନେ ବଡ଼ ଶିଳ୍ପପତି ଏବଂ ସେ କେବଳ ସେମାନଙ୍କ ପାଇଁ କାମ କରନ୍ତି।

ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ଆଜି ମୁଦ୍ରାସ୍ଫୀତି ଏବଂ ବେକାରୀ ବହୁତ ଅଧିକ। ଏହି ଲୋକମାନେ ତାଙ୍କ ପାଇଁ କିଛି କରୁନାହାଁନ୍ତି। ଆମେ ରାମ ପଥ ଗମନ ନିର୍ମାଣ କରି ତାକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରିଛୁ। ପ୍ରଭୁ ରାମ ଯେଉଁ ସ୍ଥାନକୁ ଯାଇଛନ୍ତି, ଆମେ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିଛୁ। ମହାତ୍ମା ଗାନ୍ଧୀଙ୍କଠାରୁ ରାଜୀବ ଗାନ୍ଧୀ ପର୍ଯ୍ୟନ୍ତ ପଞ୍ଚାୟତିରାଜର ସ୍ବପ୍ନ କଂଗ୍ରେସ ସରକାର ପୂରଣ କରିଛନ୍ତି।

Leave A Reply

Your email address will not be published.