Latest Odisha News

BREAKING NEWS

୨୦୧୯ ବିଶ୍ୱକପ: ଶେଷରେ ଇଂଲଣ୍ଡ ଜିତିଲା ଟ୍ରଫି..

ଲଣ୍ଡନ: ୨୦୧୯ ବିଶ୍ୱକପ ଇଂଲଣ୍ଡ ଓ ୱେଲ୍ସରେ ଆୟୋଜିତ ହୋଇଥିଲା । ଏଥର ଟିମ ସଂଖ୍ୟା ୧୪ ବଦଳରେ ୧୦ କରାଯାଇ ରାଉଣ୍ଡ ରବିନ ଲିଗ ଫର୍ମାଟରେ ଖେଳା ଯାଇଥିଲା । ଶ୍ରେଷ୍ଟ ୪ଟି ଟିମ ସିଧାସଳଖ ସେମି ଫାଇନାଲ ଖେଳିଥିଲେ । ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିଥିଲା ।

ଲିଗ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଥିଲା । ୯ଟି ମ୍ୟାଚରେ ଟିମ ଇଣ୍ଡିଆ ୭ ମ୍ୟାଚରେ ବିଜୟୀ ହୋଇ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା । ପୁନର୍ବାର ସେମିଫାଇନାଲ ହର୍ଡଲ୍ସ ଭାରତ ପାର କରିପାରି ନ ଥିଲା । ଟିମ ଇଣ୍ଡିଆ ୬ ୱିକେଟରେ ଦକ୍ଷିଣ ଆଫ୍ରିକାକୁ, ଅଷ୍ଟ୍ରେଲିଆକୁ ୩୬ ରନରେ, ପାକିସ୍ତାନକୁ ୮୯ ରନରେ, ଆଫଗାନିସ୍ତାନକୁ ୧୧ରନରେ, ୱେଷ୍ଟଇଣ୍ଡିଜକୁ ୧୨୫ ରନରେ, ବାଂଲାଦେଶକୁ ୨୮ ରନରେ ଓ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଥିଲା । ଇଂଲଣ୍ଡଠାରୁ ମ୍ୟାଚ ହାରିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ୧୫ ପଂଏଟ ସହ ଟେବୁଲ ଶୀର୍ଷରେ ରହି ଭାରତ ସେମିରେ ପ୍ରବେଶ କରିଥିଲା ।ସେମିରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୩୯ ରନ କରିଥିଲା । ବର୍ଷା ଯୋଗୁ ମ୍ୟାଚ ରିଜର୍ଭ ଡେରେ ଖେଳା ଯାଇଥିଲା । ଭାରତ ଏହି ବର୍ଷା କାଳ ସାଜିଥିଲା । ଟ୍ରେଂଟ ବୋଲ୍ଟ ଓ ମାଟ୍ଟ ହେନରୀ ଭାରତୀୟ ବ୍ୟାଟିଂ ଲାଇନଅପକୁ ଧ୍ୱସ୍ତ କରି ଦେଇଥିଲେ । ୯୨ ରନରେ ୬ ୱିକେଟ ହରାଇବା ପରେ ଏମଏସ ଧୋନୀ ଓ ରବୀନ୍ଦ୍ର ଜାଡେଜା ଇନିଂସ ସମ୍ଭାଳିଥିଲେ ମଧ୍ୟ ୧୮ ରନରେ ଭାରତ ହାରି ଯାଇଥିଲା । ଧୋନୀ ରନଆଉଟ ହେବା ମ୍ୟାଚର ଟର୍ଣ୍ଣି ପଂଏଟ ଥିଲା । ଧୋନୀ ରନଆଉଟରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ ସମାନ ଶୈଳୀରେ ଶେଷ କରିଥିଲେ ।ଫାଇନାଲ ବେଶ ରୋମାଂଚକପୂର୍ଣ୍ଣ ହୋଇଥିଲା । ଉଭୟ ଟିମ ୨୪୧ ରନ କରିବା ଫଳରେ ମ୍ୟାଚ ଟାଇ ରହିଥିଲା । ସୁପର ଓଭରରେ ଇଂଲଣ୍ଡ ୧୫ ରନ କରିଥିଲା । ନ୍ୟୁଜିଲାଣ୍ଡ ଏହାର ଜବାବରେ ୫ ବଲରେ ୧୪ ରନ କରିଥିଲା । ଶେଷ ବଲରେ ବିଜୟ ପାଇଁ ୨ ରନ ଆବଶ୍ୟକ ହେଉଥିବା ବେଳେ ମାର୍ଟିନ ଗୁପଟିଲ ୨ ରନ ନେବା ବେଳେ ରନଆଉଟ ହୋଇଥିଲେ । ଫଳରେ ସୁପର ଓଭର ମଧ୍ୟ ଟାଇ ରହିଥିଲା । ଅଧିକ ବାଉଣ୍ଡରୀ ମାରିଥିବା ଯୋଗୁ ଇଂଲଣ୍ଡକୁ ବିଜୟୀ ଘୋଷିତ କରାଯାଇଥିଲା । ଏଥିସହ ଇଂଲଣ୍ଡ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଥିଲା ।

ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ ଖେଳିବା ପାଇଁ ମନା କରି ଦେଇଥିଲା । ଆଇସିସି କିନ୍ତୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମ୍ୟାଚ କରିବା ପାଇଁ କହିଥିଲେ । ଭାରତ ପୁନର୍ବାର ଜବରଦସ୍ତ ପ୍ରଦର୍ଶନ କରି ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ରେକର୍ଡ ବଜାୟ ରଖିଥିଲା । ରୋହିତ ଶର୍ମାଙ୍କ ବିସ୍ଫୋରକ ୧୪୦ ଓ ବିରାଟ କୋହଲିଙ୍କ ୭୭ ରନ ସହାୟତାରେ ଭାରତ ୩୩୬ ରନ କରିଥିଲା । ଜବାବରେ ପାକିସ୍ତାନ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ବର୍ଷା ଯୋଗୁ ୪୦ ଓଭରରେ ୩୦୨ ରନର ରିଭାଇଜଡ ଟାର୍ଗେଟ ରଖାଯାଇଥିଲା । ପାକିସ୍ତାନ ୨୧୨ ରନ କରିବାକୁ ସକ୍ଷମ ହୋଇଥିଲା ।

ଏହି ବିଶ୍ୱକପରେ ଆଫଗାନିସ୍ତାନ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲା । ଏପରିକି ଭାରତ ଓ ପାକିସ୍ତାନକୁ ବିଜୟ ହାସଲ କରିବା ପାଇଁ କଡା ସଂଘର୍ଷ କରିବାକୁ ପଡିଥିଲା । ସେହିପରି ନ୍ୟୁଜିଲାଣ୍ଡ-ୱେଷ୍ଟଇଣ୍ଡିଜ ମୁକାବିଲା ମଧ୍ୟ ବେଶ ରୋମାଂଚ ସୃଷ୍ଟି କରିଥିଲା । ନ୍ୟୁଜିଲାଣ୍ଡ କେନ ୱିଲିୟମସନଙ୍କ ୧୪୮ ରନ ସହାୟତାରେ ୨୯୨ ରନର ଲକ୍ଷ୍ୟ ୱେଷ୍ଟଇଣ୍ଡିଜ ସମ୍ମୁଖରେ ରଖିଥିଲା । କାର୍ଲୋସ ବାର୍ଥୱେଟ ଜବରଦସ୍ତ ଶତକ ହାସଲ କରି ମ୍ୟାଚକୁ ବିଜୟର ନିକଟତର କରାଇଥିଲେ । ତେବେ ୨୮୬ ରନରେ ୱେଷ୍ଟଇଣ୍ଡିଜ ଅଟକି ଯାଇଥିଲା । ମହମ୍ମଦ ସାମି ଆଫଗାନିସ୍ତାନ ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରି ଭାରତକୁ ଗୌରବନ୍ୱିତ କରିଥିଲେ । ରୋହିତ ଶର୍ମା ଏହି ବିଶ୍ୱକପରେ ୯ ମ୍ୟାଚରେ ୬୪୮ ରନ କରିଥିଲେ ଏଥିରେ ୫ ଶତକ ସାମିଲ ।

Leave A Reply

Your email address will not be published.