Latest Odisha News

BREAKING NEWS

ଆଇସୋଲେସନ୍‌ରେ ରହିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ସ୍ୱାମୀ ରବର୍ଟ ଭଦ୍ରାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆ‌ଇସୋଲେସନ୍‌ରେ ରହିଛନ୍ତି। ଏଥିପାଇଁ ପ୍ରିୟଙ୍କା ଗାନ୍ଧୀ ତାଙ୍କର ଆଗାମୀ ନିର୍ବାଚନୀ ଯାତ୍ରାକୁ ମଧ୍ୟ ବାତିଲ କରିଛନ୍ତି।

ପ୍ରିୟଙ୍କା ଗାନ୍ଧୀ ଶୁକ୍ରବାର ଦିନ କହିଛନ୍ତି ଯେ, ସେ ମଧ୍ୟ କରୋନା ପରୀକ୍ଷା କରାଇଥିଲେ। ତାଙ୍କର କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ପୃଥକ୍‌ ଭାବେ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି।

ଏଭଳି ଏକ ସମସ୍ୟା ଲାଗି ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି ବୋଲି ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.