Latest Odisha News

BREAKING NEWS

ଫେରିଲା କଟକଣା: ମାଲକାନଗିରିରେ ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ 

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି କରୋନା କଟକଣା କଡାକଡି । ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ କରିଛି ଜିଲ୍ଲାପ୍ରଶାସନ । ଜନଗହଳି ପୂର୍ଣ୍ଣ ଅଂଚଳକୁ ଗଲେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଧର୍ମୀୟ ଅନୁଷ୍ଠାନରେ ମଧ୍ୟ ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ ହାଣ୍ଡୱାସ୍ ଓ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି  ।

ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ନ କରିବାକୁ କୁହାଯାଇଛି । କେବଳ ସେତିକି ନୁହେଁ, ହୋଟେଲ, ରେଷ୍ଟୁରାଣ୍ଟରେ ଭିଡ୍ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ରାଜ୍ୟରେ କରୋନା ଉପର ମୁହାଁ ହୋଇଛି । ଏଥିପାଇଁ ପୁଣି ନିୟମ କଡାକଡି କରିବାକୁ ବାଧ୍ୟ ହୋଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି । 

Leave A Reply

Your email address will not be published.