Latest Odisha News

BREAKING NEWS

ରାଜ୍ୟପାଳଙ୍କ ଦ୍ୱାରା “ପ୍ରଫେସର ଡକ୍ଟର ନାରାୟଣ ରାଓ ଆଜ ସୀନ ବାଏ ମେନି ଆଏଜ” ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଐତିହାସିକ ପ୍ରଫେସର ନାରାୟଣ ରାଓଙ୍କ ୮୦ ବର୍ଷ ପୁର୍ତ୍ତି ଉପଲକ୍ଷେ ରାଜ୍ୟ ରାଜଭବନ ପରିସରରେ ଏକ ନିରାଡମ୍ବର ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ପ୍ରଫେସର ରାଓଙ୍କର ଛାତ୍ର ଓ ପରିବାର ବର୍ଗଙ୍କ ଦ୍ୱାରା ସଂକଳିତ “ପ୍ରଫେସର ଡ଼ ନାରାୟଣ ରାଓ ଆଜ ସୀନ ବାଏ ମେନି ଆଏଜ” ଏକ ଅଭିନନ୍ଦନ ସ୍ମାରିକା ଲୋକାର୍ପିତ ହୋଇଯାଇଛି ।

ଇତିହାସ ସଙ୍କଳନ ସମିତିର ସଚିବ, କମଳେଶ ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ମହାମହିମ ରାଜ୍ୟପାଳ, ପ୍ରଫେସର ରାଓଙ୍କ ଭଳି ଐତିହାସିକମାନଙ୍କୁ ଓଡ଼ିଶା ମାଟି ଜନ୍ମ ଦେଇ ଗର୍ବିତ ବୋଲି ଉଲ୍ଲେଖ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଣ୍ୟଭୂମି ତଥା ସଂସ୍କୃତି ସମ୍ପନ୍ନ ଓଡ଼ିଶା ପ୍ରଦେଶରେ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲିକହିଥିଲେ ।

Comments are closed.