Latest Odisha News

ଜମ୍ମୁ ଏୟାରଫୋର୍ସ ଷ୍ଟେସନ ପରିସରରେ ୫ ମିନିଟରେ ଦୁଇଟି ବିସ୍ଫୋରଣ

ଶ୍ରୀନଗର: ଜମ୍ମୁ କଶ୍ମୀର ସତଓ୍ୱାରୀରେ ଥିବା ଏୟାରଫୋର୍ସ ଷ୍ଟେସନ ପରିସରରେ ଦୁଇ ଦୁଇଟି ବିସ୍ଫୋରଣ । ପାଞ୍ଚ ମିନିଟ ବ୍ୟବଧାନରେ ଦୁଇଟି ବିସ୍ଫୋରଣ ହୋଇଛି । ଗତକାଲି ବିଳମ୍ବିତ ରାତି ପାଖାପାଖି ୧ଟା ୫୦ ମିନିଟରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି । ଏଥିରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା ବୋମା ନିଷ୍କ୍ରିୟକାରୀ ଦଳ, ପୋଲିସ ଓ ଅଗ୍ନିଶମବାହିନୀ ଟିମ୍ ।

BjdElectrycity

ବିସ୍ଫୋରଣ ଶବ୍ଦ ଜମ୍ମୁ ଏୟାରଫୋର୍ସ ଷ୍ଟେସନର ପରିସରରେ ଥିବା ଟେକ୍ନିକାଲ୍ ଏୟାରପୋର୍ଟରେ ଶୁଣିବାକୁ ମିଳିଥିଲା । ଏହି ଅଞ୍ଚଳ ହାଇ ସିକ୍ୟୁରିଟି ଜୋନ୍ ଭିତରେ ଆସୁଛି । କୁହାଯାଉଛି ଗୋଟିଏ ବିସ୍ଫୋରଣ ବିଲ୍ଡିଂ ଛାତ ଉପରେ ଓ ଅନ୍ୟଟି ତଳେ ହୋଇଥିଲା । ଏହି ଘଟଣା ପରେ ପୂରା ଅଞ୍ଚଳକୁ ସିଲ୍ କରିଦିଆଯାଇଥିଲା ।

ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ବାବଦାରେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ବିସ୍ଫୋରଣର ପ୍ରକୃତ କାରଣ ବି ଏଯାଏ ଜଣାପଡିନି । ଡ୍ରୋନ୍ ଯୋଗେ ଏହି ବିସ୍ଫୋରଣ କରାଯାଇଥିବା ଆଶଙ୍କା କରାଯାଉଛି । ଅଧିକ ଖୋଳତାଡ ଜାରି ରହିଛି ।

Leave A Reply

Your email address will not be published.