ଟିକିରି: ରାୟଗଡା ଜିଲ୍ଲା ଟିକିରି ଅର୍ନ୍ତଗତ କନସାରିଗୁଡା ସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନେରୀ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦତ୍ୟ ବିର୍ଲା ଗ୍ରୁପର ଏକ ସହଯୋଗୀ କମ୍ପାନୀ ପକ୍ଷରୁ କୌଶଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଆଦିତ୍ୟ ଆଲୁମିନା ସିଏସଆର ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରିଫଆଇନେରୀ ମୁଖ୍ୟ ଶ୍ରୀ ମଜହର ବେଗ୍ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।
ଏଥିସହିତ ଏହି ଅବସରରେ କୌଶଳ ପ୍ରକଳ୍ପର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ଫୁଲିଜୁବା ଗ୍ରାମରେ କୌଶଳ ପ୍ରକଳ୍ପ ଅଧୀନରେ ଗ୍ରାମାଞ୍ଚଳ ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ ଉଦ୍ଦେଶ୍ୟରେ ପ୍ରୟାସ ଆରମ୍ଭ କରାଯାଇଛି । ଆଜିଠାରୁ କୌଶଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବାବେଳେ ଏହା ସ୍ଥାନୀୟ ଯୁବପିଢୀଙ୍କୁ ଆତ୍ମନିର୍ଭରଶୀଳ ଦିଗରେ ବିଭିନ୍ନ କୌଶଳ ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କାରାଯିବ । ଏହି ପ୍ରକଳ୍ପ ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ଅଞ୍ଚଳର ୫୦ଜଣ ଯୁବକ ଯୁବତୀଙ୍କୁ ବୈଦ୍ୟୁତିକ ଓ ଫିଟର ସମ୍ବନ୍ଧୀୟ ଆଇଟିଆଇ ପାଠ୍ୟକ୍ରମରେ ଭୁବନେଶ୍ୱର ଠାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।
ଏହି କ୍ରମରେ ଦୁଇବର୍ଷ ଧରି ଉକ୍ତ ଯୁବକ ଯୁବତୀଙ୍କ ପାଠ୍ୟକ୍ରମ ସମ୍ବନ୍ଧିତ ପ୍ରଶିକ୍ଷଣ ପ୍ରଦାନ ସହ ଏକବର୍ଷ ଚାକିରୀ ଆଧାରିତ ପ୍ରଶିକ୍ଷଣ ଯୋଗାଇ ଦିଆଯବ । ଯାହା ଆଗାମୀ ଦିନରେ କାରାଖାନା ଓ ଏହାର ପାଶ୍ୱର୍ବର୍ତ୍ତି ଗ୍ରାମାଞ୍ଚଳର ଯୁବପିଢୀ କୌଶଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବା ସହିତ ପରିବାରର ଆର୍ଥୀକ ଅବସ୍ଥା ସ୍ୱଚ୍ଛଳ ହେବାରେ ଏହି ପ୍ରକଳ୍ପ ସହଯୋଗୀ ହେବ ବୋଲି ଆଜି ଉଦଘାଟନୀ ଅବସରରେ ରିଫଆଇନେରୀ ମୁଖ୍ୟ ଶ୍ରୀ ବେଗ୍ ସୂଚନା ଦେଇଛନ୍ତି ।
ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ଅପରେସନ ବିଭାଗ ଉପାଧ୍ୟକ୍ଷ କୌସିକିଶରଣ ମିଶ୍ର, ମାନବ ସମ୍ବଳ ମୁଖ୍ୟ ଶ୍ରୀ ଦୀପକ ମହାନ୍ତି, ଏଫ ଏବଂ ସି ମୁଖ୍ୟ ବାସୁଦେବ ଖୁଣ୍ଟିଆ, କ୍ଲଷ୍ଟର ସିଏସଆର ମୁଖ୍ୟ ଶିବ ମହାପାତ୍ର, ଉପାଧ୍ୟକ୍ଷ କର୍ପୋରେଟ କମ୍ୟୁନିକେସନ୍ ଡ.ବିଭୁଦତ୍ତ ମହାପାତ୍ର ଓ ସିଏସଆର ଏବଂ ଆର ଓ ଆର ମୁଖ୍ୟ ତନ୍ମୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.